Pratidin TV

Odisha's Digital News Platform

(ଭିଡିଓ)ବିଜ୍ଞାନ ନା ଚତ୍ମକାର ! ବେଲ ଗଛରୁ ଝରୁଛି କ୍ଷୀର , ସ୍ୱପ୍ନାଇଲେ ଭୋଳାନାଥ ହେଲେ ସ୍ଥାପନ ……

1 min read

କେନ୍ଦୁଝର : ବିଜ୍ଞାନ ଓ ଚତ୍ମକାର ଭିତରେ ବାଟବଣା ମଣିଷ । କାହାକୁ ସତ ଭାବିବ ଆଉ କାହାକୁ ଅବିଶ୍ୱସ କରିବ ବେଳେ ବେଳେ ଏସବୁ ଭିତରେ ଦୁଇ ଛକିରେ ଠିଆ ହୋଇଯାଉଛି ମଣିଷ ସମାଜ । କାରଣ ଏଠିି ଦିନକୁ ଦିନ ଘଟୁଛି ଅବିଶ୍ୱସନୀୟ ଘଟଣା । ଯାହାକୁ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ ଆପଣ । ନିକଟରେ ଏଭଳି ଏକ ଚତ୍ମକାର ଅବିଶ୍ୱସନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲୋକୋଇ ବ୍ଲକ ବିମଳା ପଞ୍ଚାୟତ କୁଳଙ୍ଗ ଗ୍ରାମରେ ।

ଉକ୍ତ ଗ୍ରାମର ଗୋଲେଖ ପାତ୍ରଙ୍କ ଘର ସାମ୍ନାରେ ଥିବା ବେଲ ଗଛ ମୂଳରୁ ଯୋଡ଼ା ଶ୍ରାବଣ ମାସରେ କ୍ଷୀର ଝରୁ ଥିବାର ଦୃଶ୍ୟ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାକୁ ଅଞ୍ଚଳବାସୀ ବାବ ଭୋଳାନାଥଙ୍କ ଅଲୌକିକ ଶକ୍ତି ବୋଲି କହୁଛନ୍ତି । ତେବେ ବେଲ ଗଛରୁ କ୍ଷୀର ଝରିବାର ଗୋଟିଏ ଦିନ ପରେ ଗୋଲେଖ ପାତ୍ରଙ୍କ ସହ ଧର୍ମିନି ଅପର୍ଣ୍ଣା ପାତ୍ରଙ୍କୁ ବାବାଭୋଳା ନାଥ ସ୍ୱପ୍ନରେ ଆସି କହି ଥିଲେ ଯେ ମୁଁ ତମ ଘର ସାମ୍ନାରେ ବିରାଜମାନ ହେଲି।ଆଜି ଠାରୁ ୨୧ ଦିନ ପର୍ଯ୍ୟନ୍ତ ନିଷ୍ଠାପର ରହି ମୋର ସେବା କର । ବାବା ଭୋଳାନାଥଙ୍କ ସ୍ବପ୍ନକୁ ଅକ୍ଷରେ ଅକ୍ଷରେ ୨୧ ଦିନ ପାଳନ କରି ୨୧ ଗୋଟି ଗ୍ରାମର ଲୋକଙ୍କୁ ଡକାଇବା ସହିତ ଅନେକ ସ୍ଥାନରୁ କୀର୍ତ୍ତନମଣ୍ଡଳୀଙ୍କୁ ନିମନ୍ତ୍ରଣ କରି ପୂଜାର୍ଚ୍ଚନା ଆରମ୍ଭ କରି ଥିଲେ।

Advertisement

ବାବା ଭୋଳାନାଥଙ୍କ ପୂଜାର ଆରମ୍ଭରେ ପ୍ରଥମେ ୧୦୮ ଟି କଳସ ଧରି ବଡ ଶୋଭା ଯାତ୍ରାରେ ବାହାରି ଗ୍ରାମର ନଦୀରୁ ପୂଜାର୍ଚ୍ଚନା କରି ପାଣି ଧରି କ୍ଷୀର ବାହାରୁ ଥିବା ବେଲ ଗଛ ମୂଳରେ ପହଞ୍ଚି ୧୦୮ଟି କଳସକୁ ରଖା ଯାଇ ପୂଜାର୍ଚ୍ଚନା ପଣ୍ଡିତ ମାନକ ଦ୍ଵାରା କରା ଯାଇଥିଲା। ଅପର୍ଣ୍ଣା ପାତ୍ରଙ୍କୁ ସ୍ବପ୍ନ ହୋଇ ଥିବା ଅନୁ ଯାଇ ଶିବଲିଙ୍ଗ, ତମ୍ଭା ନାଗ ଗୋଡ଼ିକୁ ସିଧ୍ୟ କରି ବେଲ ଗଛ ମୂଳରେ ସ୍ଥାପନା କରା ଯାଇଥିଲା। ଏହି ପୂଜାରେ କର୍ତ୍ତା ଭାବରେ ଗ୍ରାମର କନ୍ଦର୍ପ ନାୟକ, ରେବତୀ ନାୟକ ପୂଜାରେ ବସି ଥିଲେ। ପୂଜା ଦେଖିବା ପାଇଁ ଅନେକ ଶ୍ରଦ୍ଧାଳୁ ଆସିବା ସହିତ ଭକ୍ତ ମାନକ ଜନ ସମାଗମ ଦେଖିବାକୁ ମିଳି ଥିଲା। ଏହି ପୂଜାରେ ଗ୍ରାମର ସମସ୍ତ ବ୍ୟକ୍ତି ଗଣ ଉପସ୍ଥିତ ରହି ଶାନ୍ତି ଶ୍ରୁଖଳାର ସହିତ ପ୍ରସାଦ ସେବନ କରି ସମାପନ କରା ଯାଇଥିଲା ।

Leave a Reply

Your email address will not be published. Required fields are marked *