Pratidin TV

Odisha's Digital News Platform

ଋିସର୍ଚ୍ଚରୁ ହେଲା ବଡ ଖୁଲାସା: ୭୧% ଭାରତୀୟଙ୍କୁ ମିଳୁନି ପୁଷ୍ଟିକର ମିଲ୍‌

1 min read

ନୂଆଦିଲ୍ଳୀ: ଭାରତର ସ୍ୱାଧୀନତାକୁ ୭୦ ବର୍ଷ ପୁରି ସାରିଥିବା ବେଳେ ଏବେବି ୭୦% ଲୋକଙ୍କ ପାଖରେ ଅପହଞ୍ଚ ରହିଛି ସୁଷମ ଖାଦ୍ୟ । ନିକଟରେ କରାଯାଇଥିବା ଏକ ରିସର୍ଚ୍ଚ ଅନୁସାରେ ଭାରତରେ ୭୧% ଲୋକଙ୍କ ଖାଦ୍ୟରେ ଉପଯୁକ୍ତ ପରିମାଣ ଭିଟାମିନ୍ ଓ ନ୍ୟୁଟ୍ରିସନ୍ ରହିନଥାଏ । ସିଏସ୍‌ଇ ଏବଂ ଡାଉନ୍ ଟୁ ଆର୍ଥ ମାଗାଜିନ୍ ପକ୍ଷରୁ କରାଯାଇଥିବା ଏହି ରିସର୍ଚ୍ଚ ଅନୁସାରେ ବର୍ଷକୁ ୧୭ ଲକ୍ଷ ଲୋକ ଉପଯୁକ୍ତ ଡାଏଟ୍ ଅଭାବରୁ ପ୍ରାଣ ହରାଇଥାନ୍ତି ।


ଭାରତୀୟ ପରିବେଶର ସ୍ଥିତି-୨୦୨୨ ନାମକ ଏକ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଶ୍ୱାସକ୍ରିୟା ଜନିତ ସମସ୍ୟା, ଡାଇବେଟିସ୍‌, କ୍ୟାନ୍ସର, ଷ୍ଟ୍ରୋକସ ଏବଂ ହୃଦଘାତ ଜନିତ ସମସ୍ୟା ଦେଖା ଦେଇଥାଏ । ସମଗ୍ର ବିଶ୍ୱରେ ୪୨ % ଲୋକ ପୁ୍‌ଷ୍ଟିକରା ଖାଦ୍ୟ ଖାଇବାକୁ ପାଉନଥିବା ବେଳେ ଭାରତରେ ଏହା ୭୧ % ରହିବା ଅତ୍ୟନ୍ତ ଚିନ୍ତାଜନକ । ଭାରତୀୟ ମାନେ ଅଣ୍ଡା, କ୍ଷୀର ଏବଂ ମାଂସ ଠିକ୍ ଭାବରେ ଖାଉଥିବା ବେଳେ ଫଳ, ଶସ୍ୟ ଜାତୀୟ ଖାଦ୍ୟର ଅଭାବ ରହିଥାଏ ।

Advertisement

ଭାରତୀୟ ମାନେ ନିଜ ଖାଦ୍ୟରେ ଦୈନିକ ମାତ୍ର ୨୪.ଗ୍ରାମର ଶସ୍ୟ ଜାତୀୟ ଖାଦ୍ୟ ଗ୍ରହଣ କରୁଥିବା ବେଳେ ଫଳ ଏବଂ ସମାନ ଢଙ୍ଗର ସପ୍ଲିମେଣ୍ଟ ମାତ୍ର ୩.୨ ଗ୍ରାମ ରହିଥାଏ । ଉଭୟ ଖାଦ୍ୟର ଯଥାକ୍ରମେ ୨୫% ଓ ୧୩ % ଅଭାବ ପୂରଣ ହୋଇଥାଏ । ଏହା ମଧ୍ୟରେ ଭାରତରେ ଖାଦ୍ୟ ମୁଦ୍ରାସ୍ଫୀତି ୩୨୭% ବୃଦ୍ଧି ପାଇଥିବା ବେଳେ ଏହା ସାଧାରଣ ଲୋକଙ୍କ ପାଇଁ ଆହୁରି କଷ୍ଟସାଧ୍ୟ ହେବାକୁ ବସିଛି ।

Leave a Reply

Your email address will not be published. Required fields are marked *