ହେଲମେଟ ନ ପିନ୍ଧି ଫାଇନ୍ ଗଣିଲେ ମନ୍ତ୍ରୀ ଓ ବିଧାୟକ
1 min readଭୁବନେଶ୍ୱର : ହେଲମେଟ ପିନ୍ଧି ନଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ଫାଇନ ଗଣିଛନ୍ତି । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ବାଲେଶ୍ୱର ଗସ୍ତରେ ଯାଇଥିଲେ । ଗସ୍ତ କାଳରେ ସେ କେତେକ ସ୍କୁଲ ମଧ୍ୟ ପରିଦର୍ଶନ କରିଥିଲେ । ତେବେ ଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ଦାସ ବାଇକରେ ଯାଇଥିଲେ ।
ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ବାଇକ ଚଳାଉଥିବାବେଳେ ମନ୍ତ୍ରୀ ତାଙ୍କ ପଛପଟେ ବସିଥିଲେ । ଉଭୟ ହେଲମେଟ ପିନ୍ଧିନଥିବାରୁ ଟ୍ରାଫିକ ପୁଲିସ ଅଟକାଇଥିଲେ । ଟ୍ରାଫିକ ପୁଲିସ ଫାଇନ କାଟିଥିଲେ । ପରେ ବିଧାୟକ ଶ୍ରୀ ଦାସ ଟ୍ରାଫିକ ଥାନା ଯାଇ ହଜାରେ ଟଙ୍କା ଜରିମାନା ଦେଇଥିଲେ । ମନ୍ତ୍ରୀ ଶ୍ରୀ ଦାସ ଆଜି ବିଭିନ୍ନ ସ୍କୁଲ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।