Pratidin TV

Odisha's Digital News Platform

ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ବଡ ଘୋଷଣା ; ବନ୍ଦ ହେବନି ଆହାର କେନ୍ଦ୍ର ବରଂ ଆଗକୁ ଆହୁରୀ …

1 min read

ବଦଳିଛି ସରକାର ଆଉ ବଦଳୁଛି ଯୋଜନା । ଏସବୁ ଭିତରେ ଲୋକଙ୍କ ମନରେ ଥିବା ସବୁଠୁ ବଡ ଛନକାକୁ ଦୂର କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ରାଜ୍ୟର ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ଖୋଲାଯାଇଥିବା ଆହାର କେନ୍ଦ୍ରକୁ ବନ୍ଦ କରିବାକୁ ଉଠୁଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛୈଦ ପକାଇଛନ୍ତି ମନ୍ତ୍ରୀ । ଆହାର କେନ୍ଦ୍ର ବନ୍ଦ କରାଯିବନି ବୋଲି ଆଜି ସ୍ପଷ୍ଟ ସୂଚନା ଦେଇଛନ୍ତି ମନ୍ତ୍ରୀ ।

ଆଜି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଥିବା ଆହାର କେନ୍ଦ୍ର ଯାଇଥିଲେ । ନିୟମ ଅନୁଯାୟୀ ନିଜେ ଆହାର କେନ୍ଦ୍ରରେ ଟୁକୋନ ଆଣିଥିଲେ। ପରେ ଧାଡିରେ ଯାଇ ଖାଇବା ଥାଳି ଆଣି ନିଜେ ଖାଇଛନ୍ତି ମନ୍ତ୍ରୀ । ଏହା ସହ ଆଗକୁ କିଭଳି ଆହାର ଅଧିକ ପୁଷ୍ଟିକର ଆଉ ସ୍ୱାଦିଷ୍ଟ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *