Pratidin TV

Odisha's Digital News Platform

ଶିକ୍ଷାନୁଷ୍ଠାନ ମାନଙ୍କୁ ଡିସେମ୍ବର ସୁଦ୍ଧା ମିଳିବ ନିଜସ୍ବ ପଟ୍ଟା , ମନ୍ତ୍ରୀ ସୁରେଶ ପୂଜାରୀ କଲେ ଘୋଷଣା ।

ସମ୍ବଲପୁର ; ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ସମ୍ବଲପୁର ଜିଲ୍ଲାର ସମସ୍ତ ସରକାରୀ ଅନୁଷ୍ଠାନ ପାଇବେ ନିଜସ୍ବ ଜମିପଟା । ରାଜସ୍ବ ବିଭାଗ ତଥା ଶିକ୍ଷାନୁଷ୍ଠାନ ଅଧିକରୀଙ୍କୁ ନେଇ ସମ୍ବଲପୁର ଜିଏମ ବିଶ୍ବ ବିଦ୍ୟାଳୟରେ ସମୀକ୍ଷା ପରେ କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

,ଭିସୁଟ,ଭିମସାର,ଆଇଆଇଏମ ,ସମ୍ବଲପୁର ବିଶ୍ବବିଦ୍ୟାଳୟ, ଓଏସଓୟୁ, ଜିଏମ ବିଶ୍ବବିଦ୍ୟାଳୟ ସମେତ ସମସ୍ତ ସରକାରୀ ଅନୁଷ୍ଠାନ ପାଇବେ ନିଜସ୍ବ ଜମିପଟ୍ଟା । ଶିକ୍ଷାନୁଷ୍ଠାନ ହେବ ଜମିର ପ୍ରକୃତ ମାଲିକ । ପ୍ରସ୍ଥାବିତ ତଥା ଆବଣ୍ଟିତ ଜମି ଜବରଦଖଲ ରେ ଥିଲେ ଉଚ୍ଛେଦ କରାଯିବ । ଏନେଇ ଆଜି ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟର ନାରାୟଣୀ ପଣ୍ଡା ହଲରେ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା କରିଛନ୍ତି ରାଜସ୍ବ ତଥା ବିପର୍ଯ୍ୟାୟ ପରିଚାଳାନା ମନ୍ତ୍ରୀ ସୁରେଶ ପୂଜାରୀ । ଶିକ୍ଷାନୁଷ୍ଠାନ ପାଇଁ ଆଉ କେତେ ଜମି ଆବଶ୍ୟକ ସେନେଇ ମଧ୍ୟ ମତ ଲୋଡିଛନ୍ତି ମନ୍ତ୍ରୀ । ଏହାସହ କେଉଁଠାରେ ଜମି ଅଛି, ଯାହା ଯୋଗାଇ ଦିଆଯିବା ପାଇଁ ସୁବିଧା ହେବ ଚିହ୍ନଟ କର ବୋଲି ମଧ୍ୟ ସ୍ଥାନୀୟ ଆରଡିସି, ଜିଲ୍ଲାପାଳ ତଥା ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ତେବେ ଆସନ୍ତା ଡିସେମ୍ବର ସୁଦ୍ଧା କାମ ସାର ଓ ଅଗଷ୍ଟ ଶେଷ ସପ୍ତାହରେ ପୁଣି ସମୀକ୍ଷା କରିବା ସହ କାମର ଅଗ୍ରଗତି ନେଇ ରିପୋର୍ଟ ଦିଅ ବୋଲି ସୁରେଶ କହିଛନ୍ତି । ଯାହାକୁ ନେଇ ଦୀର୍ଘ ବର୍ଷ ଧରି ପଡି ରହିଥିବା ରାଜସ୍ବ ମାମଲାରେ ପୂର୍ଣ୍ଣଚ୍ଛେଦ ପଡିବ ବୋଲି ଆଶା କରାଯାଉଛି ।

ତେବେ ପ୍ରଥମ ପର୍ଯ୍ୟାୟରେ ହାଇସ୍କୁଲ,ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଲେଜ ଓ ବିଶ୍ବ ବିଦ୍ୟାଳୟ ଜମି ଉପରେ କାମ ହେବ ବୋଲି ସମୀକ୍ଷା ପରେ ଉତ୍ତରାଞ୍ଚଳ ଆରଡିସି ଶ୍ରୀକାନ୍ତ ପୃଷ୍ଟି କହିଛନ୍ତି । ଏନେଇ ଆସନ୍ତା କାଲିଠାରୁ କାମ ଆରମ୍ଭ ହେବ ବୋଲି ଆରଡିସି କହିଛନ୍ତି । ତେବେ ଭିମାସର, ଭିସୁଟ, ତଥା ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପ୍ରସ୍ତାବିତ ତଥା ଆବଣ୍ଟିତ ଜମିରେ କେତେକ ଜବରଦଖଲ ଥିବା ବେଳେ ତାକୁ ଉଚ୍ଛେଦ କରିବା ଉପରେ ଶିକ୍ଷାନୁଷ୍ଠାନ ପ୍ରତିନିଧି ମଧ୍ୟ ଜୋର ଦେଇଛନ୍ତି ।ବୈଠକରେ ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁର ଏସପି ସମେତ ରାଜସ୍ବ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟ ତ୍ବରାନ୍ବିତ ଉପରେ ସହମତି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *