Pratidin TV

Odisha's Digital News Platform

ନିରଞ୍ଜନଙ୍କୁ ଅର୍ଥ ଓ ନବଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ: ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗର ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟର ସମସ୍ତ ମନ୍ତ୍ରୀଙ୍କୁ ଏକାଥରେ ଇସ୍ତଫା ପ୍ରଦାନ କରାଇ ନୂତନ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଟିମରେ ସମୁଦାୟ ୨୧ ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ୧୩ ଜଣ କ୍ୟାବିନେଟ୍ ଏବଂ ୮ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ ଓ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ ଓ ନବ କିଶୋର କ୍ସଳକ, ଅଶୋକଚନ୍ଦ୍ର ପଣ୍ଡା, ଟୁକୁନି ସାହୁ ଓ ରାଜେନ୍ଦ୍ର ଢୋଲକିଆ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଅନ୍ୟ ପକ୍ଷରେ ରାଷ୍ଟ୍ରମନ୍ତ୍ରୀ ଭାବରେ ୮ ଜଣ ବିଧାୟକ ଶପଥ ଗ୍ରହଣ କରିଛନ୍ତି । ସମୀର ରଞ୍ଜନ ଦାଶ, ଅଶ୍ବିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼ାଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତି ହେମ୍ବ୍ରମ ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ବିଭାଗ ବଣ୍ଟନରେ ନିରଞ୍ଜନ ପୂଜାରୀଙ୍କୁ ପୂର୍ବରୁ ଅର୍ଥ ମନ୍ତ୍ରାଳୟର ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ନବ କିଶୋର ଦାସଙ୍କ ନିକଟରେ ରହିଛି ସ୍ୱାସ୍ଥୃ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ।

ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ:
ଜଗନ୍ନାଥ ସାରକା: ଅନୁସୂଚିତ ଜାତି ଓ ଜନଜାତି ବିକାଶ,ସଂଖ୍ୟାଲଘୁ ବିକାଶ ଓ ଆଇନ ମନ୍ତ୍ରଣାଳୟ
ନିରଞ୍ଜନ ପୂଜାରୀ: ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ
ରଣେନ୍ଦ୍ର ପ୍ରତାପ ସ୍ୱାଇଁ : କୃଷି , କୃଷକ ବିକାଶ ଏବଂ ପଶୁପାଳନ ବିଭାଗ
ପ୍ରଦୀପ କୁମାର ଅମାତ: ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ, ପଞ୍ଚାୟତିରାଜ, ପାନୀୟ ଜଳ ଏବଂ ସୂଚନା ଓ ପ୍ରସାରଣ
ପ୍ରମିଳା ମଲ୍ଲିକ: ରେଭିନ୍ୟୁ ଓ ବିପର୍ଯ୍ୟୟ ପରିଚାଳନା
ଉଷା ଦେବୀ: ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ
ପ୍ରଫୁଲ୍ଲ କୁମାର ମଲିକ୍‌: ଷ୍ଟିଲ୍ ଏବଂ ଖଣି ମନ୍ତ୍ରଣାଳୟ
ପ୍ରତାପ କେଶରୀ ଦେବ: ଶିଳ୍ପ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ଉଦ୍ୟୋଗ ଏବଂ ଶକ୍ତି ବିଭାଗ
ଅତନୁ ସବ୍ୟସାଚୀ ନାୟକ: ଖାଦ୍ୟ ଯୋଗାଣ, ଗ୍ରାହକ ସଂରକ୍ଷଣ ବିଭାଗ
ନବ କିଶୋର ଦାସ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ
ଟୁକୁନି ସାହୁ: ଜଳଯୋଗାଣ, ବାଣିଜ୍ୟ ଓ ପରିବହନ
ଅଶୋକ ଚନ୍ଦ୍ର ପଣ୍ଡା: ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ନ୍ୟାୟ ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ
ରାଜେନ୍ଦ୍ର ଢୋଲାକିଆ: ଯୋଜନା ଓ ସମନ୍ୱୟ ବିଭାଗ

ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ):
ସମୀର ରଞ୍ଜନ ଦାଶ: ସ୍କୁଲ ଏବଂ ଗଣଶିକ୍ଷା
ଅଶ୍ୱିନୀ କୁମାର ପାତ୍ର: ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି
ପ୍ରୀତିରଞ୍ଜନ ଘଡାଇ: ଗ୍ରାମୀଣ ବିକାଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
ଶ୍ରୀକାନ୍ତ ସାହୁ: ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରଣାଳୟ
ତୁଷାରକାନ୍ତି ବେହେରା: କ୍ରୀଡା ଓ ଯୁବ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ଆଇଟି
ରୀତା ସାହୁ: ବୟନ ଶିଳ୍ପ
ବାସନ୍ତୀ ହେମ୍ବ୍ରମ୍‌: ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ

ରାଷ୍ଟ୍ରମନ୍ତ୍ରୀ:

ତୁଷାର କାନ୍ତି ବେହେରା: ଗୃହ ବିଭାଗ

Leave a Reply

Your email address will not be published. Required fields are marked *