Pratidin TV

Odisha's Digital News Platform

କୁନି କାନ୍ଧରେ ବଡ ଦାୟିତ୍ୱ ; ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଭିକ୍ଷା ମାଗୁଛନ୍ତି ନାବାଳକ ପୁଅ ଝିଅ …

1 min read

ଜଳେଶ୍ବର ; ବାବୁ କିଛି ଦିଅନ୍ତୁ ଆଜ୍ଞା, ମା ଆମକୁ କିଛି ସାହାଯ୍ୟ କରନ୍ତୁ । ଆପଣମାନଙ୍କ ସାହାଯ୍ୟ ଅର୍ଥରେ ବାପା ଙ୍କ ଶୁଦ୍ଧିକ୍ରିୟା କରିବୁ । ଆମେ ବହୁତ ଗରୀବ ଲୋକ ଆଜ୍ଞା, ଏମିତି କାନ୍ଦି କାନ୍ଦି ଭାଇ ଭଉଣୀ ଘର ଘର ବୁଲି ଭିକ୍ଷା ମାଗୁଛନ୍ତି । ଏମାନଙ୍କ ବୁକୁ ଫଟା କାନ୍ଦ ଆଉ ସହାୟତା ପାଂଇ ତାଙ୍କ ଗୁହାରୀ ଶୁଣିଲେ ସମସ୍ତ ଙ୍କ ଆଖି ଛଳ ଛଳ ହେଇ ଯାଉଛି । ପାଠ ପଢା ଓ ଖେଳକୁଦ ବୟସରେ ଘର ଘର ବୁଲି ଭିକ୍ଷାବୃତ୍ତି କରୁଛନ୍ତି ଦୁଇ ନାବାଳକ ଭାଇ ଭଉଣୀ । ଅଜଣା ରୋଗ ରେ ବାପା ଙ୍କ ମୃତ୍ୟୁ ପରେ ଏହି ପରିବାର ଉପରେ ସତେ ଯେମିତି ଖସି ପଡିଛି ଦୁଖଃ ର ପାହାଡ । ପରିବାର ର ଆର୍ଥିକ ସମ୍ବଳ ନଥିବାରୁ ବାପା ଙ୍କ ମୃତ୍ୟୁ ପରେ ଘରେ ଚୂଲି ବି ଜଳୁନି । ଭୋକ ଉପାସରେ ଭଙ୍ଗା କୁଡିଆରେ ପଡି ରହିଛନ୍ତି । ବାଧ୍ୟ ହୋଇ ବାପା ଙ୍କ ଅନ୍ତେଷ୍ଟି କ୍ରିୟା କରିବା ପାଂଇ ଘର ଘର ବୁଲି ଭିକ୍ଷାବୃତ୍ତି କରୁଛନ୍ତି ଦୁଇ ନାବାଳିକା ଭାଇ ଭଉଣୀ । ଏମାନଙ୍କ ଦୁଖଃ ଦେଖି ସାହି ପଡିଶା ବି କାନ୍ଦି ପକଉଛନ୍ତି । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ପହଣା ଗ୍ରାମର ଏହି ହୃଦୟବିଦାରକ ଦୃଶ୍ୟ ଆପଣଙ୍କୁ ଭାବବିହ୍ବଳ ହେବାକୁ ବାଧ୍ୟ କରିବ ।

ଉକ୍ତ ଗ୍ରାମରେ ବସବାସ କରନ୍ତି ରବିନ୍ଦ୍ର ମୁଖୀ ଙ୍କ ପରିବାର, ନିଜର ଜମିବାଡି କିଛି ନଥିବାରୁ ରବିନ୍ଦ୍ର ପରଘରେ ମୂଲ ଲାଗି କଷ୍ଟେମଷ୍ଟେ ପରିବାର ପ୍ରତିପୋଷଣ କରୁଥିଲେ, କିଛି ବର୍ଷ ପୂର୍ବରୁ ରବୀନ୍ଦ୍ର ଙ୍କ ବଡପୂଅ ରୋଗରେ ପଡି ଅର୍ଥାଭାବରୁ ଚିକିତ୍ସିତ ହୋଇ ନପାରି ମୃତ୍ୟୁ ବରଣ କରିଥିବା ବେଳେ ଗତ ୭ ଦିନ ପୂର୍ବରୁ ଅଜଣା ରୋଗରେ ପୀଡିତ ହୋଇ ରବିନ୍ଦ୍ର ମଧ୍ୟ ଆଖି ବୁଜି ଦେଲେ । ଘରେ ଏବେ ଦୁଇ ନାବାଳକ ଭାଇ ଭଉଣୀ, ରବିନ୍ଦ୍ର ଙ୍କ ସ୍ତ୍ରୀ ଏବଂ ବୂଢୀ ମା ବସି ଲୁହ ଗଡାଉଛନ୍ତି । ହଠାତ ବାପା ଙ୍କ ମୃତ୍ୟୁ ପରେ ଏବେ ଖାଇବାକୁ ବି ଘରେ ଦାନା ଟିଏ ନାଂହି , ନିଜ ଭାଗ୍ୟ କୁ ଆଦରି ଭଙ୍ଗା କୁଡିଆ ରେ ଭୋକ ଉପାସ ରେ ପଡି ରହିଛନ୍ତି । ଏମିତିକି ବାପା ଙ୍କ ଅନ୍ତେଷ୍ଟି କ୍ରିୟା କରିବା ପାଂଇ ଘରେ ଟଙ୍କାଟିଏ ନଥିବାରୁ ଦୁଇ ନାବାଳକ ଭାଇ ଭଉଣୀ ଘର ଘର ବୁଲି ଭିକ୍ଷା ବୃତ୍ତି କରୁଛନ୍ତି । ଏମାନଙ୍କ ବୁକୁ ଫଟା କାନ୍ଦ ଦେଖି ସାହି ପଡିଶା ବି କାନ୍ଦି ପକାଉଛନ୍ତି ।

Advertisement

ପରିବାରର ଏକମାତ୍ର ରୋଜଗାରକ୍ଷମ ରବିନ୍ଦ୍ର ଙ୍କ ମୃତ୍ୟୁ ପରେ ସତେ ଯେମିତି ଏହି ପରିବାର ଉପରେ ଦୁଖଃ ର ପାହାଡ ଖସି ପଡିଛି । ଖେଳକୁଦ ଓ ପାଠପଢା ବୟସରେ ବାପା ଙ୍କ ଅନ୍ତେଷ୍ଟି କ୍ରିୟା ପାଂଇ ଭିକ୍ଷାବୃତ୍ତି କୁ ଆପଣେଇ ନେଇଛନ୍ତି । କିଏ ଚାଉଳ ଦେଉଛି ତ କିଏ ଟଙ୍କା ଦେଉଛି । ଯିଏ ଯାହା ସାଧ୍ୟମତେ ସାହାଯ୍ୟ କରୁଛନ୍ତି, ଏହି କୁନି ଭାଇ ଭଉଣୀ ଙ୍କୁ । ମୃତ ରବିନ୍ଦ୍ର ଙ୍କ ସ୍ତ୍ରୀ ମଧ୍ୟ ରୋଗାଗ୍ରସ୍ତ ହୋଇ ଚଲାବୁଲା କରି ପାରୁ ନଥିବା ବେଳେ ବୁଢୀ ମା ଜଣକ ମଧ୍ୟ ବାର୍ଧ୍ୟକ୍ୟ ଜନିତ ରୋଗ ରେ ପିଡୀତ ହୋଇ ଗୋଟିଏ ଜାଗା ରେ ବସି ରହିଛନ୍ତି । ଏଭଳି ଅବସ୍ଥାରେ ଏହି ଦୁଇ ଛୋଟ ଛୋଟ ଭାଇ ଭଉଣୀ ଙ୍କ ମୁଣ୍ତ ରେ ପଡିଛି ପରିବାର ର ବୋଝ । ଯାହା ଫଳରେ ନିଜର ଭବିଷ୍ୟତ ଏବଂ ପାଠ ପଢା କୁ ପଛରେ ପକାଇ ଭିକ୍ଷାବୃତ୍ତି କୁ ଆପଣେଇ ନେଇଛନ୍ତି ଦୁଇ ଭାଇ ଭଉଣୀ ।

ଏହି ଅସହାୟ ପରିବାର କୁ ଯଦି ସରକାରୀ ସ୍ତରରେ କିଛି ଆର୍ଥିକ ସହାୟତା ମିଳି ପାରନ୍ତା ତାହାଲେ ଏହି ପରିବାର ଉପକୃତ ହୋଇ ପାରନ୍ତେ । ଆମେ ମଧ୍ୟ ଆପଣ ମାନଙ୍କ ନିକଟରେ ଖବର ପହଞ୍ଚାଉଛୁ ଆଉ ନିବେଦନ କରୁଛୁ ସହାୟତା ପାଂଇ , କାରଣ ଆପଣ ମାନେ ସବୁବେଳେ ଏଭଳି ଅସହାୟଙ୍କ ସାହାରା ପାଲଟିଛନ୍ତି । ଏବେବି ଆପଣ ମାନଙ୍କ ସହଯୋଗ ଏହି ଅସାହାୟ ପରିବାର ମୁହଂରେ ହସ ଫୁଟାଇବାରେ ସାହାଯ୍ୟ କରିବ ବୋଲି ଆଶା କରୁଛୁ । ଯଦି କେହି ସହୃଦୟ ବଦାନ୍ୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ତାହାଲେ ତାଙ୍କ ମା ଙ୍କ ଫୋନ ପେ ରେ ଟଙ୍କା ପଠାଇ ପାରିବେ ।

NAME -ASHAMANI MUKHI
PHONE PAY – 7609053758
MOBILE – 7609053758

Leave a Reply

Your email address will not be published. Required fields are marked *