Pratidin TV

Odisha's Digital News Platform

କାଳ ହେଲା ସ୍ଲୋ ମୋସନ ରିଲ୍ସ; ରେଲୱେ ଟ୍ରାକରେ ଭିଡିଓ ବନାଉଥିବା ବେଳେ ଘୋଷାଡି ନେଇଗଲା ଟ୍ରେନ୍ …

1 min read

ଉତ୍ତରପ୍ରଦେଶ ; ଆଜିକାଲି ରିଲ୍ସ ବନେଇବା ଏକ ଟ୍ରେଣ୍ଡ ପାଲଟିଯାଇଛି ଯୁବ ପୀଢିଙ୍କ ପାଇଁ । ଏହି ରିଲ୍ସ ପାଇଁ ଯୁବପୀଢି ନିଜ ଜୀବନକୁ ବିପଦରେ ପକାଇବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି । ନିକଟରେ ଏକ ୮ ସେକେଣ୍ଡର ଏଭଳି ଭିଡିଓ ସାମ୍ନାକୁ ଆସିଛି ଯାହକୁ ଦେଖିଲେ ଆପଣଙ୍କ ଛାତି ଥରିଉଠିବ । ରେଲୱେ ଟ୍ରାକ୍ ପାଖରେ ସ୍ଲୋ-ମୋସନ ରିଲ୍ସ ବନାଉଥିବା ଜଣେ ନାବାଳକଙ୍କୁ ଟାଣି ନେଇଥିଲା ଟ୍ରେନ । ଯାହାର ଭୟଙ୍କର ଦୃଶ୍ୟ ସାଙ୍ଗର ମୋବାଇଲରେ ରେକର୍ଡ ହୋଇଯାଇଥିଲା । ମାତ୍ର କିଛି କ୍ଷଣରେ ରିଲ୍ସ ବନାଇବା ନିଶା ନାବାଳକର ଜୀବନ ନେଇଯାଇଥିଲା ।

ଖବର ଅନୁଯାୟୀ ଉତ୍ତରପ୍ରଦେଶ ବାରାବଙ୍କୀ ଅଞ୍ଚଳରେ ଘଟିଛି ଏଭଳି ଭୟଙ୍କର ଘଟଣା । ମୃତକ ହେଉଛନ୍ତି ବାରାବଙ୍କୀ ଜାହାଙ୍ଗୀରାବାଦ ନିକଟ ଦୌଲତପୁର ଗାଁଓର ବାସିନ୍ଦା । ଫରମାନ୍ ନିଜର ୩ ସାଙ୍ଗଙ୍କ ସହ ମିଶି ବାରାୱଫାତ ଜୁଲୁସ୍ ଦେଖିବାକୁ ଯାଇଥିଲେ । ହେଲେ ବାଟରେ ଦାମୋଦରପୁର ଗାଁଓ ନିକଟ ରେଲୱେ କ୍ରସିଙ୍ଗ ପାଖରେ ଅଟକି ରିଲ୍ସ ବନାଇବାକୁ କହିଲେ । ତାଙ୍କ ସାଙ୍ଗକୁ ଭିଡିଓ କରିବାକୁ କହି ଟ୍ରାକ୍ ଉପରେ ସ୍ଲୋ ମୋସନରେ ଚାଲୁଥିଲେ । ଏତିକିବେଳେ ପଛପଟୁ ଦରଭଙ୍ଗା ପଟୁ ଆସୁଥିବା ଟ୍ରେନ ତାଙ୍କୁ ଘୋଷାଡିନେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଫରମାନଙ୍କ ମୃତ୍ୟୁ ହୋଇଯାଇଥିଲା ।

ତେବେ ଏଭଳି ଦିପଦସଙ୍କୁଳ ଅବସ୍ଥାରେ ନିଜ ଜୀବନକୁ ବାଜି ଲଗାଇ ରିଲ୍ସ ବନାଇବା କେତେ ଦୂର ଠିକ୍ । କଣ ମିଳୁଛି ଯୁବପୀଢିଙ୍କୁ ଏଭଳି କରି ? ନିଜ ଜୀବନକୁ ମୃତ୍ୟୁ ମୁଖରେ ପକାଇବା ସହ ନିଜ ପରିବାର ବିଷୟରେ ଆଦୈ। ଭାବୁନାହନ୍ତି ଆଜିର ଯୁବପୀଢି । ଅଯଥାରେ ସୋସିଆଲ ମିଡିଆ ଲୋକଙ୍କୁ ଇମ୍ପ୍ରେସ କରାଇବା ପାଇଁ ଆଉ କିଛି ଚର୍ଚ୍ଚା ପାଇଁ ମୃତ୍ୟୁକୁବି କରୁନାହାନ୍ତି ଭୟ । କିନ୍ତୁ ଏସବୁ କରି ମିଳୁଛି କଣ ଲାଭ ?

Leave a Reply

Your email address will not be published. Required fields are marked *