Pratidin TV

Odisha's Digital News Platform

ଭଟ୍ଟାରିକା ପୀଠରେ ଅଘଟଣ ; ଭାସିଗଲେ ୧୨ ବର୍ଷର ଆଲେକଜାଣ୍ଡର ଜଗନ୍ନାଥ

କଟକ : ଭଟ୍ଟାରିକା ପୀଠରେ ଅଘଟଣ ।କଟକ ଜିଲ୍ଲା ବଡ଼ମ୍ବା ପ୍ରସିଦ୍ଧ ଭଟ୍ଟାରିକା ପୀଠ ମହାନଦୀରେ ଭାସିଗଲେ ୧୨ବର୍ଷୀୟ ନାବାଳକ । ସାଥିଙ୍କ ସହ ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ମହାନଦୀର ଜଳ ସ୍ରୋତ ଅଧିକ ଥିବାରୁ ନାବାଳକ ଜଣକ ଅକାତ ପାଣିକୁ ଭାସିଯାଇ ନିଖୋଜ ହୋଇଯାଇଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ନିଖୋଜ ନାବାଳକ ଜଣକ ଶିଶୁ ଭଟ୍ଟାରିକା ଶଶାଙ୍ଗ ଗାଁର କୁଞ୍ଜ ବିହାରୀ ନାୟକଙ୍କର ପୁଅ ଆଲେକଜାଣ୍ଡର ଜଗନ୍ନାଥ ପ୍ରସାଦ ନାୟକ। ସେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ଆଜି ସକାଳ ପ୍ରାୟ ୯ଟା ସମୟରେ ସାଙ୍ଗମାନଙ୍କ ସହ ଟିଉସନ ସାରି ନଦୀକୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତା କାରଣରୁ ପ୍ରଖର ସ୍ରୋତରେ ଭାସି ଯାଇଥିଲେ।

ପରେ ସ୍ଥାନୀୟ ଗ୍ରାମବାସୀ ବହୁ ଖୋଜାଖୋଜି ପରେ ନାବାଳକକୁ ପାଇ ନଥିଲେ। ଏହାପରେ ବଡ଼ମ୍ବା, ବାଙ୍କିର ବାଲିଝରି ଅଗ୍ନିଶମ ବିଭାଗ ଦ୍ବାରା ୩ ଘଣ୍ଟା ଖୋଜାଖୋଜି ପରେ ମୃତ ଅବସ୍ଥାରେ ନାବାଳକଙ୍କୁ ଉଦ୍ଧଅର କରାଯାଇଛି । ଏନେଇ ସମୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *