Pratidin TV

Odisha's Digital News Platform

୨ ଦିନ ହେବ ନାବାଳକ ରବିକି ନଦୀରେ ଖୋଜୁଛି ଅଗ୍ନିଶମ ବିଭାଗ , ମିଳୁନି ପତ୍ତା …

ରାଉରକେଲା ; ଘର ଦ୍ୱାର ଛାଡି ନଦୀ କୂଳରେ ୨ ଦିନ ହେବ ଭୋକ ଉପାସରେ ପଡିରହିଛି ପରିବାର । କାଳେ ମିଛ ହୋଇଥିବ ପୁଅର ନିଖୋଜ୍ ଖବର । ବାପା ମାଙ୍କୁ ଡରାଇବାକୁ ଏଭଳି ମିଛ ଡ୍ରାମା କରୁନଥିବ ତ ଏସବୁ ଭାବି ନଦୀ କୂଳରେ ପଡିରହିଛନ୍ତି ବାପା ମା । ୨ ଦିନ ହେବ ନଦୀରେ ନାବାଳକ ପୁଅକୁ ଖୋଜୁଛନ୍ତି ଅଗ୍ନିଶମ ବିଭାଗ ହେଲେ ମିଳୁନି ପତା ।

ଶନିବାର ରାଉରକେଲା ସହରର କୋଏଲ ନଦୀରେ ୫ ଜଣ ନାବାଳକ ଗାଧେଇବାକୁ ଆସିଥିବା ବେଳେ ଜଣେ ନାବାଳକ ନଦୀରେ ବୁଡି ନିଖୋଜ ହୋଇଛନ୍ତି । ନିଖୋଜ ହୋଇଥିବା ନାବାଳକ ନାମ ହେଉଛି ରବି ସାହୁ (୯) ଗୋପବନ୍ଧୁପାଲି ବସ୍ତିର ବାସିନ୍ଦା ବୋଲି ଜଣା ପଡିଛି । ୫ ଜଣ ନାବାଳକ ସାଙ୍ଗ ହୋଇ ହମୀରପୁର ଅଞ୍ଚଳର ତନାଜା ଭାଟା ନିକଟରେ ଥିବା କୋଏଲ ନଦୀରେ ଗାଧେଇ ମଜା ନେବା ସମୟରେ ନାବାଳକ ରବି ଘଟଣା ସ୍ଥଳରେ ବୁଡି ନିଖୋଜ୍ ହୋଇଯାଇଥିଲା । ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ଅଗ୍ନିଶମ ରବିର ମୃତ ଶରୀର ପାଇ ନାହାନ୍ତି । ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍ ଟିମର ରେସ୍କ୍ୟୁ ଅପରେଶନ ପକ୍ରିୟା ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *