Pratidin TV

Odisha's Digital News Platform

ପ୍ରେମ ପାଇଁ ନିଖୋଜ ହେଲା ନାବାଳକ: ରାଜରାସ୍ତାରେ ଧାରଣା ଦେଉଛନ୍ତି ଗ୍ରାମବାସୀ

1 min read

ଭୁବନେଶ୍ୱର: ମାଲକାନଗିରି ଜିଲ୍ଳାର ଏମ୍‌ଭି-୭୫ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଜଣେ ବ୍ୟବସାୟୀ ନାବାଳକଙ୍କୁ ମାଡ ମାରିବା ପରେ ନାବାଳକ ଜଣଙ୍କ ନିଖୋଜ ହୋଇ ଯାଇଛନ୍ତି । ଏହି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗ୍ରାମବାସୀ ଧାରଣାରେ ବସିଥିଲେ । ଶେଷରେ ପୋଲିସ୍ ବୁଝାଶୁଝା କରିବା ପରେ ଧାରଣାରୁ ଉଠିଥିଲେ ଗ୍ରାମବାସୀ ।

ଏମ୍‌ଭି-୭୨ ଅଞ୍ଚଳର ଜନୈକ ବ୍ୟବସାୟୀ ଏମ୍‌ଭି-୭୫ର ନାବାଳକଙ୍କୁ ନିଜ ଘରକୁ ଡାକିଥିଲେ । ସେଠାରେ ନାବାଳକକୁ ମାଡ ମାରିବା ସହିତ ଧମକ ଦେଇଥିଲେ । ଏହାପରେ ନାବାଳକଙ୍କର ପତ୍ତା ମିଳିନଥିଲା । ପରିବାର ଲୋକ ବ୍ୟବସାୟୀ ଜଣଙ୍କୁ ପଚାରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା ।

Advertisement

ଏଥିରେ ଉତ୍ୟକ୍ତ ପରିବାର ଲୋକ ଓ ଏମ୍‌ଭି-୭୫ ଗ୍ରାମର ୨୦୦ରୁ ଅଧିକ ଲୋକ ଜାତୀୟ ରାଜପଥ-୩୨୬କୁ ଅବରୋଧ କରିଥିଲେ । ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ ଏହି ଘଟଣା ପଛରେ ପ୍ରେମ ସମ୍ପର୍କ ରହିଥିବା ଅଭିଯୋଗ କରାଯାଇଛି । ତେବେ ପୋଲିସ୍ ପକ୍ଷରୁ ବ୍ୟବସାୟୀଙ୍କୁ ଡାକି ପଚରା ଉଚୁରା କରାଯାଇଥିବା ବେଳେ ନାବାଳକଙ୍କୁ ଖୋଜି ଆଣିବା ପାଇଁ ପ୍ରତିଶ୍ରୁତି ମିଳିବା ପରେ ରାଜରାସ୍ତା ଖାଲି କରିଥିଲେ ଏମ୍‌ଭି-୭୫ ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *