Pratidin TV

Odisha's Digital News Platform

ନାବାଳକ ଦୈତରାଜ୍ ହତ୍ୟା ମାମଲା ; ନ୍ୟାୟ ପାଇଁ ନବୀନ ନିବାସ ଆଗରେ ଧାରଣା …

ଭୁବନେଶ୍ୱର : ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ଏକ ପରିବାରର ହାଇଡ୍ରାମା । ରାସ୍ତା ଉପରେ ଗଡିଗଲେ ବାପା ମାଁ ଓ ଦୁଇ ଭଉଣୀ । ପୁଅର ହତ୍ୟାକାରୀକୁ ପୋଲିସ ଗିରଫ କରିନଥିବାରୁ ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ପରିବାରର ୬ ସଦସ୍ୟ ଆତ୍ମହୁତି ଉଦ୍ୟମ କରିଛନ୍ତି । ସୂଚନା ଅନୁଯାୟୀ ୨୦୨୨ ମସିହାରେ ଚନ୍ଦ୍ରଶେଖରପୁର ଥାନା ଅଂଚଳରେ ଏକ ଯୁବକ ଦୈତ୍ୟରାଜ୍ ନାୟକ(୧୬)ଙ୍କୁ ହତ୍ୟା କରାଯାଇଥିଲା ।

ଏହି ହତ୍ୟାକାଣ୍ଡରେ ପୋଲିସ କାହାକୁ ଗିରଫ କରୁନଥିବା ବେଳେ ବାରମ୍ବାର ପରିବାର ଲୋକଙ୍କ ଆନ୍ଦୋଳନ ପରେ ପୋଲିସ ଗତ ୧୫ ତାରିଖରେ ଅଶୋକ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲେ ଅନ୍ୟ ଅଭିଯୁକ୍ତ ମାନେ ଏବେବି ବାହାରେ ଖୁଲାମ୍ ଖୁଲା ବୁଲୁଥିବା ବେଳେ ପରିବାର ଲୋକଙ୍କୁ ଆକ୍ରମଣ କରୁଛନ୍ତି । ଏପରିକି ଡ୍ରଗସ୍ କାରବାରରେ ହତ୍ୟା ଅଭିଯୁକ୍ତ ମାନେ ସଂପୃକ୍ତ ଥିବା ବେଳେ ପୋଲିସ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ।

ଯାହାକୁ ନେଇ ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ଆତ୍ମହୁତି କରିବାକୁ ପରିବାର ଲୋକ ଆସିଥିଲେ କିନ୍ତୁ ପ୍ରଶାସମର ଜୋର ଜବରଦସ୍ତିରେ ପୋଲିସକର୍ମୀ ସେମାନଙ୍କୁ ସେଠାରୁ ଉଠାଇବାକୁ ଅପ୍ରାଣ ଚେଷ୍ଟା ଚଳାଇଛି। ତେବେ ଦେଖିବା ବାକି ରହିଲା ସମୃକ୍ତ ମାମଲାରେ ମୁଖ୍ୟମନ୍ତ୍ରୀ କଣ କାର୍ଯ୍ୟନୁଷ୍ଟାନ ନେଉଛନ୍ତି ।

Leave a Reply

Your email address will not be published. Required fields are marked *