Pratidin TV

Odisha's Digital News Platform

ଛୋଟ ବୟସରେ ସମାଜକୁ ବଡ ଶିକ୍ଷା ଦେଲେ ‘ନାବାଳକ ଓମ’

1 min read

ରାଜଗାଙ୍ଗପୁର : ରାଜଗାଙ୍ଗପୁର ମଧୁସୂଦନ କଲୋନୀର ବାସିନ୍ଦା ୧୫ବର୍ଷିୟା ଓମକାର ମହାନ୍ତି ମାନବିକତାର ପରିଚୟ ଦେଖାଇଛନ୍ତି। ପାସୱାର୍ଡ ଲେଖା ହୋଇଥିବା ଏଟିଏମ କାର୍ଡ ପାଇ ପୁଲିସକୁ ଜିମା ଦେଇଛନ୍ତି।

ସାରଦା ମହାନ୍ତି ଓ ସସ୍ମିତା ମହାନ୍ତିଙ୍କ ୧୫ବର୍ଷିୟ ସୁପୁତ୍ର ଓମକାର ମହାନ୍ତି ନିର୍ମଳା ବିଦ୍ୟାଳୟରେ ୧୦ମ ଶ୍ରେଣୀରେ ପାଠପଢ଼ନ୍ତି। ସେ ଆଜି ଓସିଏଲ ମାକେର୍ଟରେ ଥିବା ଏସବିଆଇ ଏଟିଏମକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ। ସେଠାରେ ଏକ ପଲିଥିନ ଭିତରେ ପାସୱାର୍ଡ ଲେଖା ସହିତ ଏକ ଏଟିଏମ କାର୍ଡ ପାଇଥିଲେ। ଡେରି ନକରି ତୁରନ୍ତ ଓମ୍ ସେଇ ଏଟିଏମ କାର୍ଡକୁ ନେଇ ପୁଲିସର ଜିମା ଦେଇଥିଲେ। ପଇସାକୁ ଲୋଭ ନକରି ଉକ୍ତ ଏଟିଏମ କାର୍ଡକୁ ପୁଲିସର ଜିମା ଦେଇ ନିଜର ମାନବିକତାର ପରିଚୟ ଦେଇଛନ୍ତି। ଛୋଟ ବୟସରୁ ଏପରି ଚିନ୍ତାଧାରା କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଓମ। ପୁଲିସ ତାଙ୍କର ଏଭଳି କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *