ମୃତ ବାପାଙ୍କ ଶବକୁ ଫେରାଇଆଣିବା ପାଇଁ ଜିଲ୍ଲାପାଳଙ୍କୁ କାନ୍ଦି କାନ୍ଦି ଗୁହାରୀ କରୁଛି କୁନି ଝିଅ…..
1 min readସୁନ୍ଦରଗଡ ; ଜୀବନରେ ବେଳେ ବେଳେ ଏମିତି ମୋଡ ଆସେ ଯାହ ଆମକୁ ସମ୍ପୂର୍ଣ୍ଣ ରୂପେ ବଦଳାଇଦିଏ । ବହି ପୃଷ୍ଠା ଅପେକ୍ଷା ଜୀବନର ଅନୁଭୂତି ମଣିଷକୁ ଦୃଢ ବନାଇଥାଏ । ସେହିଭଳି ଏକ କୁନି ଝିଅ ଯାହାର ବୟସ ୭ କି ୮ ବର୍ଷ ହେବ । ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ନିଜ ଛୋଟ ଛୋଟ ଭାଇ ଭଉଣୀ ଏବଂ ବିଧବା ମାକୁ ଧରି ବସିଛି । ନିଜର ବାପା ଶବକୁ ଗୋଆରୁ ଫେରାଇଆଣିବା ପାଇଁ । ବୋଧହୁଏ ପରସ୍ଥିିତି ତାକୁ ଆଜି ଯେଉଁ ସ୍ଥାନରେ ଠିଆ କରିଛି ସିଏ କେବେ ତାର ସ୍ୱପ୍ନ ଦେଖିଥିବ ନା ଭାବିଥିବ ।
ହସିଖୁସି ଖେଳିବୁଲି ସ୍କୁଲ ଯିବା ବୟସରେ ନିଜ ବାପାର ମୃତଦେହକୁ ଅନ୍ୟ ସହରର ଫେରାଇ ଆଣିବା ପାଇଁ ନିଜ ଅପ୍ରାଣ ଉଦ୍ୟମ ଚଳାଇଛି । ଯେତେବେଳେ ରିପୋର୍ଟର ଭାଇମାନେ ଛୁଆଟି ଓ ତାର ପରିବାର ନିକଟରେ ପହଞ୍ଚି ଥିଲେ । ଆଉ କୋହ ସମ୍ଭଳିପାରିନଥିଲା ବାପା ଛେଉଣ୍ଡ ଝିଅଟା , ବିନା ବାପା ରେ କେମିତି ଲଢିବ ଦୁନିଆ ସହ ଆଗକୁ ବହୁତ ପରିସ୍ଥିିତି ଆସିବ ନିଜର ଛୋଟ ଛୋଟ ଭାଇ-ଭଉଣୀ ମାକୁ କେମିତି ଚଳାଇବ ? ସେସବୁ ଚିନ୍ତା ତା କପାଳରେ ଉଙ୍କି ମାରୁଥାଏ । ଆଉ ଏସବୁ ପଛରେ ପକାଇ ରିପୋର୍ଟର ଭାଇଙ୍କ କ୍ୟାମେରା ଆଗରେ ଗୁହାରି କରିଥିଲା ୭ ବର୍ଷର ଛୋଟିଆ ଝିଅ ‘ ଜିଲ୍ଲାପାଳ ବାବୁ ମୋ ବାପା ମୃତଦେହକୁ ଟିକେ ଫେରାଇ ଆଣନ୍ତୁ’ ! ଆଉ ଏଇ ଛୋଟିଆ ଛୁଆର ଗୁହାରୀ ଯିଏ ଦେଖିବ ତା ଆଖିରେ ଲୁହ ଆଉ ରହିବନାହିଁ ।
ଘଟଣାଟି ଏମିତିକି ସୁନ୍ଦରଗଡ ଜିଲ୍ଲା କିଂଜିରିକେଲା ଥାନା କୁକୁରିଡିହି ଗାଁର ସୁରେଶ ଲାରଙ୍ଗ , ୨ ବର୍ଷ ପୂର୍ବରୁ ଦାଦନ ଖଟିବାକୁ ଗୋଆ ଯାଇଥିଲେ ।ନିକଟରେ ଗୋଆରୁ ବିଜୟୱାଡ଼ା ଆସି ସେଠାରୁ ଆଉ ଏକ ଟ୍ରେନ ବଦଳାଇ ଓଡ଼ିଶାକୁ ଫେରୁଥିଲେ । ହେଲେ ଗୁଂଟୁର ଷ୍ଟେସନ ନିକଟରେ ଟ୍ରେନରୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ପରିବାରକୁ ସୁରେଶଙ୍କ ମୃତ୍ୟୁ ସଂପର୍କରେ ଜଣାଇଛି ରେଳବାଇ ପୁଲିସ । ଅଚାନକ ମୃତ୍ୟୁ ଖବର ଶୁଣି ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଘରର ମୁଖ୍ୟ ଲୋକ ଏବଂ ଏକମାତ୍ର ରୋଜଗାରିଆ ମଣିଷକୁ ହରାଇ ବେସାହାରା ହୋଇଯାଇଛି ପରିବାର । କିନ୍ତୁ ଏବେ ସେମାନଙ୍କ ଚିନ୍ତା, ସୁରେଶଙ୍କ ମୃତଦେହ କିପରି ଘରକୁ ଫେରି ଆସିବ । ଗରିବ ପରିବାର ହୋଇଥିବାରୁ କିଛି ଉପାୟ ନପାଇ ଜିଲ୍ଲାପାଳଙ୍କୁ ଗୁହାରି ଜଣାଇଛନ୍ତି । ମାଆ-ଝିଅଙ୍କ କାନ୍ଦି କାନ୍ଦି ସେମାନଙ୍କ ଦୁଃଖ ଜଣାଇଛନ୍ତି । ଏ ନେଇ ଶ୍ରମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏହାପରେ ସୁରେଶଙ୍କ ମୃତଦେହ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି ।