Pratidin TV

Odisha's Digital News Platform

କୁନି ଝିଅକୁ କେବେ ମିଳିବ ନ୍ୟାୟ ? ଭୁଲ ଇଞ୍ଜେକ୍ସନ ଦେଇ ନେଇଗଲେ ନାବାଳିକା ଜୀବନ…..

1 min read

ଅସ୍ତରଙ୍ଗ : ଭୁଲ ଇଞ୍ଜେକ୍ସନ ନେଇଗଲା ଶିଶୁର ଜୀବନ । ବର୍ଷେ ହୋଇଗଲା ଏମିତି ଗୁମୁରି ଗୁମୁରି କାନ୍ଦୁଛନ୍ତି ପରିବାର, ୬ ବର୍ଷର ଅଲି ଅଳି ଝିଅକୁ ହରାଇ ମା, ବାପା ଚିନ୍ତାରେ । ଭୁଲ ଇଞ୍ଜେକ୍ସନ ନେବା ପରେ ଝିଅର କଷ୍ଟଯନ୍ତ୍ରଣାକୁ ଏ ଯାଏଁ ପରିବାର ଲୋକେ ଭୁଲି ପାରୁନାହାନ୍ତି । ଖାଲି ସେତିକି ନୁହେଁ ନାବାଳିକା ଝିଅ ମରିଗଲା ପରେ ତାକୁ ପୋଷ୍ଟମାଟମ ନ କରି ପୋଡି ଦେବା ଘଟଣା ମନେ ପଡିଲେ ପରିବାରର ଛାତି ଫାଟିଯାଉଛି ।

ଗତ ବର୍ଷ ୧୬ ଅକ୍ଟୋବର ସନ୍ଧ୍ୟାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପାଟସୁନ୍ଦରପୁର ଗ୍ରାମର ସୁକାନ୍ତ ସେନାପତି ଙ୍କ ୬ ବର୍ଷର ନାବାଳିକା ଝିଅକୁ ଜ୍ୱର ହୋଇଥିଲା । କିନ୍ତୁ ସୁକାନ୍ତ କାର୍ଯ୍ୟ ବ୍ୟସ୍ତତା ଥିବାରୁ ସୁକାନ୍ତ ଙ୍କ ବୋଉ ସେହି ଗ୍ରାମର ଫାର୍ମାସିଷ୍ଟ ଭାବେ ଏକ ସରକାରୀ ମେଡିକାଲ କାମ ମନୋଜ କୁ ଝିଅ ଦେହ ସମ୍ପର୍କ ରେ କହିଥିଲେ । ମନୋଜ ସନ୍ଧ୍ୟାବେଳେ ପହଂଚି ନାବାଳିକା ଝିଅକୁ ଇଞ୍ଜେକ୍ସନ ଦେଇଥିଲେ ।

Advertisement

ଏହା ସହ ଔଷଧ ଦେବାର ୫ ମିନିଟ ପରେ ଝିଅ ଜୋରରେ ଛାଟି ପିଟି ହେବାରୁ କାନ୍ଦକଟା କରି ପାଟିରୁ ଲାଳ ବାହାର କରିଥିଲା । ଏଭଳି ଦେଖି ଫାର୍ମାସିଷ୍ଟ ମନୋଜ ଓ ନାବାଳିକା ଙ୍କ ବାପା ସୁକାନ୍ତ ନିଜେ କୁନି ଝିଅ କୁ ଅସ୍ତରଙ୍ଗ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ । କିନ୍ତୁ ମନୋଜ ଦେଇଥିବା ଇଞ୍ଜେକ୍ସନ ଏବଂ ଔଷଧ ଖୋଳ ଦେଖାଇବାରୁ କାର୍ଯ୍ୟରତ ଡାକ୍ତର ସୁକାନ୍ତଙ୍କ କଥା ନଶୁଣି ଫାର୍ମାସିଷ୍ଟ ମନୋଜ ସହିତ ରୁମ୍ ଭିତରକୁ ଚାଲିଯାଇଥିଲେ । ସେଠାରୁ ଫେରି ଡାକ୍ତର କୁନି ଝିଅକୁ ଆଉ ୨ଟି ଇଞ୍ଜେକ୍ସନ ଆଉ ଅକ୍ସିଜେନ୍ ଦେଇ ଚାରିଛକ ଡାକ୍ତରଖାନା କୁ ରେଫର କରିଥିଲେ । କିନ୍ତୁ ଚାରିଛକ ଡାକ୍ତର ଝିଅ ର ମୃତ୍ୟୁ ହୋଇଛି ବୋଲି ଘୋଷଣା କରିଥିଲେ । ଅନ୍ୟପଟେ ସୁକାନ୍ତଙ୍କ ସ୍ତ୍ରୀ ଦେହ ଗୁରୁତର ହେବାରୁ ଡାକ୍ତରକାନାରେ ଝିଅ ପାଖରେ ମନୋଜକୁ ଛାଡି ସ୍ତ୍ରୀକୁ ମେଡିକାଲ ନେବାକୁ ଚାଲିଆସିଥିଲେ । ଏହା ଭିତରେ ଡାକ୍ତର ଓ ଫାର୍ମାସିଷ୍ଟ ମନୋଜ ମିଶି ଝିଅକୁ ଜାଳିଦେଇଥିବା ଅଭିଯୋଗ କରିଥିଲେ ପରିବାର । କିନ୍ତୁ ସମୃକ୍ତ ଘଟଣାକୁ ବର୍ଷେ ପୂରିଥିଲେ ମଧ୍ୟ ଏଯାଏଁ ହୋପଇରୁନି ପର୍ଦାଫାଶ । ଝିଅର ମୃତଦେହ ପୋଷ୍ଟମାର୍ଟମ ବିନା ଜଳାଯାଇଥିବାରୁ ତଦନ୍ତରେ ବିଳମ୍ବ ହେଉଥିବା କହିଛନ୍ତି ପୋଲିସ ଅଧିକାରୀ ।

ଗୋଟେ ପଟେ ଝିଅର ମୃତ୍ୟୁ ଘଟଣା ଅନ୍ୟ ପଟେ ଦୀର୍ଘ ବର୍ଷେ ହେଲା ଝିଅର ମୃତ୍ୟୁ ପରେ ପରିବାର ସମ୍ପୂର୍ଣ ଚିନ୍ତାରେ । ନ୍ୟାୟ ପାଇଁ ନାବାଳିକା ଝିଅ ବାପା ସୁକାନ୍ତ ହାଇକୋର୍ଟ ଦ୍ୱାରସ୍ତ ହୋଇଥିଲେ । ହାଇକୋର୍ଟ ନିର୍ଦ୍ଧେଶ ପରେ ଅସ୍ତରଙ୍ଗ ପୋଲିସ ଫାର୍ମାସିଷ୍ଟ ମନୋଜ ସହ ମୃତ୍ୟୁ ଦେହ ସତ୍କାର କରିଥିବା ଅନ୍ୟ ତିରିଶି ଜଣ ନାମରେ ମାମଲା ରୁଜୁ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *