Pratidin TV

Odisha's Digital News Platform

ନାବାଳିକା କୁକର୍ମକୁ ମାସେ ପୁରିଥିଲେ ସୁଦ୍ଧା ପୋଲିସ ହାତ ଖାଲି

ନାବାଳିକା ଗଣଦୁଷ୍କର୍ମକୁ ପୂରିଗଲାଣି ମାସେ | ପୋଲିସ ଧରିପାରୁନି ଦୁର୍ବୁତ୍ତମାନଙ୍କୁ । ସୁଚନା ମୁତାବକ, ଗତ ଫେବୃଆରୀ ୧୪ ତାରିଖରେ ମଧୁପାଟଣା ଥାନା ଅଞ୍ଚଳର ଏକ ୭ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ୭ବର୍ଷ ଵୟସର ଜଣେ ନାବାଳିକା ଗତ ୧୪ ତାରିଖ ସକାଳ ସମୟରେ ପୋପରଡା ଯାଉଥିବା ବେଳେ କିଛି ଦୁର୍ବୁତ୍ତ ତାକୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ନେଇ ପୀଡିତା ନାବାଳିକା ଙ୍କ ପରିବାର ଲୋକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଦୀର୍ଘ ଏକ ମାସ ବିତିଯାଇଥିଲେ ସୁଦ୍ଧା ପୋଲିସ ହାତ ଖାଲି । ଦୁର୍ବୃତ୍ତଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ୍ । ଯେଉଁଥିପାଇଁ କିଛି ସାମାଜିକ ସଂଗଠନ ଓ ସଚେତନ ମହିଳା ମାନେ କଟକ ଡିସିପିଙ୍କୁ ଭେଟି ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏପଟେ କଟକ ଅତିରିକ୍ତ ଡିସିପି ଅନିଲ ମିଶ୍ର କହିଛନ୍ତି ତଦନ୍ତ ଜାରି ରହିଛି । ସ୍ଥାନୀୟ ଏସିପି ଏହାର ତଦାରଖ ଦାୟିତ୍ବରେ ରହିଛନ୍ତି । ଖୁବଶୀଘ୍ର ଦୋଷୀ ମାନଙ୍କୁ ଧରାଯିବ ।

Leave a Reply

Your email address will not be published. Required fields are marked *