Pratidin TV

Odisha's Digital News Platform

ନାବାଳକର ଛୁରା ମାଡ଼ରେ ନାବାଳିକା ଗୁରୁତର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଂଚଳର ଓରିଶ ବିନ୍ଧା କାଳୀ ଗଡା ନିକଟରେ ନାବାଳକର ଛୁରା ମାଡ଼ରେ ନାବାଳିକା ଗୁରୁତର । ନାବାଳକ କୁ ଥାନାରେ ଅଟକ ।

ସୂଚନାରୁ ପ୍ରକାଶ କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଞ୍ଚଳର ଜୈନକ ନାବାଳିକା ଛାତ୍ରୀ ପାଟକୁରା ଥାନା ଅଞ୍ଚଳ ଓରିଶ ବିନ୍ଧା କାଳୀଗଡା ନିକଟରେ ଅବସ୍ଥିତ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରକୁ ପ୍ରତ୍ୟେକ ଦିନ ସାଇକେଲ ଯୋଗେ କମ୍ପ୍ୟୁଟର ଶିକ୍ଷା ପାଇ ଯାଇଥାନ୍ତି । ଗତକାଲି ମଙ୍ଗଳବାର ଅପରାହ୍ନ ସମୟରେ କମ୍ପ୍ୟୁଟର କ୍ଲାସ ସାରି ଫେରୁଥିବା ସମୟରେ ଜୈନକ ନାବାଳକ କମ୍ପ୍ୟୁଟର ସେଣ୍ଟର ଠାରୁ ଅନତି ଦୂରରେ ସଂପୃକ୍ତ ନାବାଳିକା କମ୍ପ୍ୟୁଟର ଛାତ୍ରୀଙ୍କ ବେକକୁ ଛୁରା ମାଡ଼ କରିଥିଲା । ଛାତ୍ରୀ ଜଣକ ଜୀବନ ବଞ୍ଚାଇବା ପାଇ ହାତ ଦେଖାଇ ଦେବାରୁ ଛାତ୍ରୀଙ୍କ ବାମ ହାତରେ ଓ ବେକରେ ଗଭୀର କ୍ଷେତ ସୃଷ୍ଟି ହୋଇଥିଲା ।

ଛାତ୍ରୀ ଜଣଙ୍କ ଚିତ୍କାର କରିବାରୁ ସ୍ଥାନୀୟ ଲୋକ ଆସି ପହଞ୍ଚି ନାବାଳକ କୁ କାବୁକରି ପାଟକୁରା ଥାନାକୁ ଫୋନ କରିଥିଲେ ଓ ପୀଡ଼ିତା ନାବାଳିକା କୁ ପାଟକୁରା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ନିମନ୍ତେ ନେଇଥିଲେ । ହେଲେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ପୀଡ଼ିତା ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୦୮ ଯୋଗେ ସ୍ଥାନାନ୍ତର କରାଯାଇଛି । ଅପର ପକ୍ଷରେ ପାଟକୁରା ଥାନା ପୋଲିସ ନାବାଳକ କୁ ନିଜ ହେପାଜତରେ ରଖି ପଚରାଉଚରା ଜାରି ରଖିବା ସହ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *