Pratidin TV

Odisha's Digital News Platform

କେନ୍ଦ୍ରାପଡାରେ ଚାଞ୍ଚଲ୍ୟ : ନାବାଳିକାକୁ ଅପହରଣ ପରେ ଜବରଦସ୍ତି ସିନ୍ଦୂର ପିନ୍ଧାଇ ଦୁର୍ଷ୍କମ

କେନ୍ଦ୍ରାପଡା : ଦୁର୍ଷମକାରୀଙ୍କ ନୂଆ ଚାଲ୍ । କିଡନାପ୍ କରି ପ୍ରଥମେ ସିନ୍ଦୂର ଓ ତାପରେ ସର୍ମ୍ପକ । ମନ ଭରିଗଲା ପରେ ପୁଣି ମଥାରୁ ସିନ୍ଦୂର ପୋଛି ଯୁବତୀଙ୍କୁ ଛାଡିଦେଉଛନ୍ତି ରାକ୍ଷସ ଦୁର୍ଷମକାରୀ । ଏଥର କିନ୍ତୁ ବଳି ପଡିଛି ଜଣେ ନାବଳିକା ବୟସ ମାତ୍ର ୧୫ । ସ୍କୁଲ ଯାଇ ପାଠପଢିବା ନିଜ ଉଜ୍ୱଳ ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖିବା ବୟସରଙ୍କ ନିଜ ସହ ହୋଇଥିବା ଅନ୍ୟାୟର ନ୍ୟାୟ ଦାବିରେ ଥାନାର ଦ୍ୱାରାସ୍ତ ହୋଇଛନ୍ତି ପୀଡିତା ନାବାଳିକା ପୂଜା ସରକାର ।

ଜମ୍ବୁ ମେରାଇନ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏନେଇ ନାବାଳିକାର ପରିବାର ଲୋକେ ଥାନାରେ ଦୁଇଟି ଭିନ୍ନ ଭିନ୍ନ ନିଖୋଜ ଓ ଅପହରଣ ଏତଲା ଦେଇଛନ୍ତି । ଅଭିଯୋଗ ଅନୁଯାଇ ମାର୍ଚ ୩୧ ତାରିଖ ଦିନ ନାବାଳିକା ଜମ୍ବୁର ଏକ ବ୍ୟାଙ୍କ୍କୁ କୌଣସି କାମରେ ଯାଇଥିଲେ । ଘରକୁ ନଫେରିବାରୁ ପରିବାର ଲୋକେ ଝିଅର ନିଖୋଜ ହେବା ନେଇ ଥାନାରେ ଅଭିଯୋଗ କରିଥିଲେ ।

ତେବେ ଅପ୍ରେଲ ୪ ତାରିଖ ରାତି ୧୦ ଟାରେ ନିଜ ଗାଁର ବାବୁଲାଲ ପାଳ ନାମକ ଜଣେ ଯୁବକ ନାବାଳିକାକୁ ତାଙ୍କ ଘର ପାଖରେ ଛାଡି ଦେଇ ଯାଇଥିଲା । ନାବାଳିକା ଘରେ ପହଞ୍ଚି କାନ୍ଦିକାନ୍ଦି ବାପା ମା ଙ୍କୁ ଘଟଣା ବିଷୟରେ ସବୁ କହିବା ପରେ ନାବାଳିକାର ପରିବାର ପକ୍ଷରୁ ଝିଅ ସହିତ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ନେଇ ନାବାଳିକା ର ବାପା ମା କେନ୍ଦ୍ରାପଡା ଏସଡିପିଓ ଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *