ନାବାଳିକାକୁ ଅପହରଣକୁ ବିତିଲାଣି ୩୫ ଦିନ , ଅଭିଯୋଗ ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ
1 min readବାଲେଶ୍ୱର : ନାବାଳିକାଙ୍କୁ ଅପହରଣ ଅଭିଯୋଗ। ଘଟଣାକୁ ୩୫ ଦିନ ବିତିଯାଇଥିଲେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ୍ୟ। ଏସପିଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇ ନ୍ୟାୟ ଦାବି କଲେ ପରିବାର। ସୂଚନା ଅନୁସାରେ ଜଳେଶ୍ଵର ଥାନା ଝାଡପିମ୍ପଳ ଗାଁର ରାଜେନ୍ଦ୍ର ଜେନାଙ୍କ ୧୬ ବର୍ଷର ନାବାଳିକା ଝିଅ ବାଲିଆପାଳ ଓମେନ୍ସ କଲେଜରେ ଯୁକ୍ତ ଦୁଇ ପାଠ ପଢୁଥିଲେ।
ଗତ ୨୮ ଜୁଲାଇ ସଂନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳରେ ବାହୁଡା ଯାତ୍ରା ଦେଖିବାକୁ ଯାଇଥିବାବେଳେ କାଳିକାପୁର ଗ୍ରାମର ଜଣେ ଯୁବକ ନାବାଳିକାଙ୍କୁ ଅପହରଣ କରିଥିଲେ। ଏହାପରେ ବଳପୂର୍ବକ ଅପହରଣ କରିଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ମାତ୍ର ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଘଟଣାକୁ ୩୫ ଦିନ ବିତିଯାଇଥିଲେ ବି ନାବାଳିକାର କୌଣସି ପତ୍ତା ମିଳିପାରି ନାହିଁ। ନାବାଳିକା ଝିଅକୁ ଘରକୁ ଫେରେଇ ଆଣିବା ଦାବି କରି ଏସପିଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକ ।