୧୭ ଦିନ ହେଲାଣି ନିଖୋଜ ନାବାଳିକା ଝିଅ: ପୋଲିସର ନୀରବତାକୁ ନେଇ ମା’ର ଆତ୍ମାହୁତି ଉଦ୍ୟମ (Video)
1 min readଭୁବନେଶ୍ୱର: ନାବାଳିକା ଝିଅ ୧୭ ଦିନ ହେଲାଣି ନିଖୋଜ । ହେଲେ ଏପଟେ ନାହିରେ ତେଲ ଦେଇ ବସିଛି ପୋଲିସ୍ । ଯେତେ ନେହୁରା ହେଲେ ବି ଏହା ପୋଲିସ କାନରେ ପଡିଲାନି । ଶେଷରେ ଏସପି ଅଫିସ୍ ସାମ୍ନାରେ ଆତ୍ମାହୁତି ଉଦ୍ୟମ କଲେ ମା’ । ପୋଲିସ୍ ମାନେ ଆତ୍ମାହୁତିରୁ ବାରଣ କରିବା ପରେ ମହିଳା ଜଣଙ୍କ ନିଜ କାହାଣୀ କହିଥିଲେ ।
ଜଣେ ଅପରାଧୀ ତାଙ୍କ ନାବାଳିକା ଝିଅକୁ ଅପହରଣ କରି ନେଇକ୍ତି । ଏ ନେଇ ଦୀର୍ଘ ୧୭ ଦିନ ହେବ ଥାନାକୁ ଦଉଡି ଦଉଡି ନୟାନ୍ତ ହୋଇଥିଲେ ହେଁ କିଛି ଫଳ ମିଳିନାହିଁ । ପୋଲିସ ସାଜିଛି ନିଦାବିଷ୍ଣୁ । ଅନ୍ୟ ପକ୍ଷରେ ଅପହର୍ତ୍ତା ମାନେ ଫୋନ କରି ଧମକ ଦେଉଛନ୍ତି । ଝିଅକୁ ୧୭ ଦିନ ଧରି ମୁଁ ରେପ୍ କରିଛି । କାଲିକୁ ଆଉ ୪ ଜଣଙ୍କ ସହିତ ତୋ ଝିଅକୁ ଶୁଆଇବି ବୋଲି ଧମକ ଦେଉଥିବା ବେଳେ ପୋଲିସ୍ କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଦେଖନ୍ତୁ ଭିଡିଓ…