Pratidin TV

Odisha's Digital News Platform

ସ୍ୱାର୍ଥପର ପ୍ରେମ ; ଏକାଠି ବିଷ ପିଇବା କହି ପ୍ରେମିକାକୁ ଦେଲା ହେଲେ ନିଜେ ପିଇଲାନି

1 min read

କଳାହାଣ୍ଡି : ପ୍ରେମିକାର ବିଶ୍ୱାସରେ ବିଷ ଦେଲା ଧୋକାବାଜ ପ୍ରେମିକ। ସାଥୀ ହୋଇ ମରିବାକୁ ନିଷ୍ପତ୍ତି ନେଇ ପ୍ରେମିକାକୁ ବିଷ ବୋତଲ ପିଇବାକୁ ଧରାଇ ଦେଲା, କିନ୍ତୁ ପ୍ରେମିକା ବିଷ ପିଇବା ପରେ ନିଜେ ପିଇଲା ନାହିଁ। ଶେଷରେ ମେଡିକାଲ ବେଡ୍ରେ ଏକ ମାସ ଧରି ଜୀବନ ମରଣ ସହ ସଂଘର୍ଷ କରିବା ପରେ ଚାଲିଗଲା ପ୍ରେମିକାର ଜୀବନ। କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ପଞ୍ଚାୟତ ଅନ୍ତର୍ଗତ ନୂନପାଣି ଗାଁରେ ଘଟିଛି ଏହି ଘଟଣା।

ନୂନପାଣି ଗାଁର ଜଣେ ନାବାଳିକା ସେହି ଗାଁର ସମୀର ପୁଝାରି ନାମକ ଜଣେ ଯୁବକଙ୍କୁ ଦୀର୍ଘ ୨ ବର୍ଷ ଧରି ଭଲ ପାଉଥିଲେ। ହେଲେ ଉଭୟ ଭିନ୍ନ ଜାତିର ହୋଇଥିବା ଯୋଗୁ ପ୍ରେମରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା। ଉଭୟ ପରିବାର ଲୋକେ ସେମାନଙ୍କ ସମ୍ପର୍କକୁ ଗ୍ରହଣ କରୁନଥିଲେ। ଶେଷରେ ଦୁଇଜଣ ବିଷ ପିଇ ମରିଯିବାକୁ ନିଷ୍ପତ୍ତି ନେଇଥିଲେ। ଗତ ମାର୍ଚ୍ଚ ୧୯ ତାରିଖ ଦିନ ନାବାଳିକା ଜଣଙ୍କ ସଂପୃକ୍ତ ଯୁବକଙ୍କ ଘରକୁ ଯାଇଥିଲେ। ଯୁବକଙ୍କ ଘର ବାଡ଼ି ପଟରେ ଥିବା ଘରେ ଦୁହେଁ ବିଷ ପିଇବେ ବୋଲି ନିଷ୍ପତ୍ତି ନେଇଥିଲେ। ସଂପୃକ୍ତ ଯୁବକ ଏକ ବିଷ ବୋତଲ ଆଣି ନାବାଳିକାଙ୍କୁ ଦେଇଥିଲେ। ତୁ ବିଷ ପିଇବା ପରେ ମୁଁ ପିଇବି ବୋଲି କହିଥିଲେ। ସଂପୃକ୍ତ ଯୁବକ କଥାରେ ରାଜି ହୋଇ ନାବାଳିକା ଜଣଙ୍କ ବିଷ ପିଇ ଦେଇଥିଲେ। ହେଲେ ଯୁବକ ଜଣଙ୍କ ବିଷ ପିଇନଥିଲେ। ପ୍ରେମିକାର ଅବସ୍ଥା ଗୁରୁତର ଦେଖି ସେଠାରୁ ଦୈଡି ପଳାଇ ଯାଇଥିଲେ।

Advertisement

ଏହି ଘଟଣା ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଧର୍ମଗଡ ପରେ ଭବାନୀପାଟଣା ଆଉ ଶେଷରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଇ ଥିଲେ । ଦୀର୍ଘ ଏକମାସ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରିବା ପରେ ଗତକାଲି ସକାଳ ୧୧ଟାରେ ଚିକିତ୍ସା ଅବସ୍ଥାରେ ସେ ଆଖି ବୁଜିଛନ୍ତି ।

Leave a Reply

Your email address will not be published. Required fields are marked *