Pratidin TV

Odisha's Digital News Platform

କୁକର୍ମ କରି ଫିଙ୍ଗିଦେଲା ନାବାଳକ ବନ୍ଧୁ…..ମେଟ୍ରୋ ଷ୍ଟେସନରେ ଅଚେତ ହୋଇପଡିଲେ ପୀଡିତା ନାବାଳିକା

1 min read

ବଢ଼ିବାରେ ଲାଗିଛି ସୋସିଆଲ ମିଡିଆରେ ଅପରାଧ | ଚଳିତ ବର୍ଷରେ ଅଧିକ ବଢିଛି ସୋସିଆଲ ମିଡ଼ିଆଙ୍କ ବନ୍ଧୁଙ୍କ ଦୁଷ୍କର୍ମ | ସୋସିଆଲ ମିଡିଆରେ ବନ୍ଧୁ କରିଛନ୍ତି ଜଘନ୍ୟକାଣ୍ଡ | ନିଜ ନାବାଳିକା ବାନ୍ଧବୀଙ୍କ ଦୁଷ୍କର୍ମ କରି ଫିଙ୍ଗିଦେଲା ସୋସିଆଲ ମିଡିଆରେ ବନ୍ଧୁ | ଦିଲ୍ଲୀର ସାଗରପୁର ଅଞ୍ଚଳର ଡାବ୍ରି ମେଟ୍ରୋ ଷ୍ଟେସନରେ ଏପରି ଘଟଣା ହୋଇଥିବାର ଖବର ସାମ୍ନାକୁ ଆସିଛି | ଅଚେତ ଅବସ୍ଥାରେ ମିଳିଥିଲା ନାବାଳିକାଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ |

ନାବାଳିକା ଉଦ୍ଧାର ହେବାପରେ ତାଙ୍କୁ ଚିକତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ହୋଶରୁ ଆସିବା ପରେ ପୀଡିତା ନାବାଳିକା ଦେଇଥିଲେ ପୋଲିସକୁ ବୟାନ | ପୀଡ଼ିତାଙ୍କ କହିବାନୁଯାୟୀ, ମଙ୍ଗଳବାର ସେ ମେଟ୍ରୋ ଷ୍ଟେସନ ନିକଟରେ ଅଚେତ ହୋଇଯାଇଥିଲେ। ପୀଡ଼ିତାଙ୍କ ବୟାନ ଆଧାରରେ ପୋଲିସ ଅଟକ ରଖିଛି | ସୂଚନା ଅନୁସାରେ ଅଭିଯୁକ୍ତ ମଧ୍ୟ ନାବାଳକ |

Advertisement

ପୋଲିସ କହିବାନୁଯାୟୀ, କୋଚିଂ କ୍ଲାସ ଶେଷ ହେବାପରେ ପୀଡିତା ଜଣକ ତାଙ୍କ ସୋସିଆଲ ମିଡିଆ ବନ୍ଧୁଙ୍କୁ ଦେଖା କରିବାକୁ ଯାଇଥିଲେ | ଅଭିଯୁକ୍ତ ନାବାଳକ ଓ ପୀଡିତା ମଧ୍ୟ ନାବାଳିକା ବୋଲି ଜଣାପଡିଛି | ଏହି ଭେଟ ସମୟରେ ଅଭିଯୁକ୍ତ ନାବାଳକ କରିଥିଲେ ଦୁଷ୍କର୍ମ | ଏବଂ ତାପରେ ତାଙ୍କୁ ଏକାନ୍ତ ସ୍ଥାନ ଦେଖି ତାଙ୍କୁ ଛାଡି ଚାଲିଯାଇଥିଲେ |ପୀଡିତ ଜଣକ କୌଣସି ଉପାୟ ନ ପାଇ ଘରକୁ ଫେରିବା ପାଇଁ ରିକ୍ସା ଭଡ଼ା କରିଥିଲେ। ଏହାପରେ ମେଟ୍ରୋ ଷ୍ଟେସନରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ସେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକମାନେ ଦେଖିବା ପରେ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହାପରେ ପୁଲିସ୍‌କୁ ପରିବାର ଲୋକ ଖବର ଦେଇଥିଲେ।

Leave a Reply

Your email address will not be published. Required fields are marked *