Pratidin TV

Odisha's Digital News Platform

୧୩ ବର୍ଷର ନାବାଳିକା ସହ ଲୋମଟାଙ୍କୁରା ଘଟଣା, ୨୦ ଦିନ ପରେ କବରରୁ ଏଭଳି ଅବସ୍ଥାରେ ମିଳିଲା ମୃତଦେହ ….

1 min read

ନୂଆଦିଲ୍ଳୀ ; ଦୀର୍ଘ ୨୦ ଦିନ ପରେ କବରରୁ ମିଳିଲା ନିଖୋଜ ନାବାଳିକାର ମୃତଦେହ । ଭାରୀ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ନାବାଳିକାଙ୍କ ମୃତଦେହକୁ ୨୦ ଦିନ ପରେ କବର ରୁ ବାହାର କରାଯାଇଥିଲା । କିନ୍ତୁ ପୋଲିସ ଯେତେବେଳେ ମୃତଦେହଟିକୁ ଚିହ୍ନଟ କରିବ ସହ ପୋଷ୍ଟମର୍ଟମ ପାଇଁ ପଠାଇଥିଲା ଏହାର ରିପୋର୍ଟ ଦେଖି ପୋଲିସର ମଧ୍ୟ ରୁମଟାଙ୍କୁରି ଉଠିଥିଲା । ମାତ୍ର ୧୩ ବର୍ଷ ବୟସର ଝିଅ ସହ କିଭଳି ଅମାନୁଷିକ ନିର୍ଯାତିତ କରାଯାଇଥିଲା । ମୃତ ଦେହର ଆଖି ନଥିବା ବେଳେ ତାର ସ୍ତନ୍ୟ କଟା ଯାଇଥିଲା । ଏଭଳି ଚାତିଥିା ଘଟଣା ଶୁକ୍ରବାର ମୁର୍ସିଦାବାଦ ଜିଲ୍ଲାର ହରିହରପାରା ଅଞ୍ଚଳରେ ଘଟିଛି।

୧୩ ବର୍ଷର ନାବାଳିକା ଝିଅର ଅପହରଣ ପରେ ପରିବାର ଲୋକେ ଅଭିଯୋଗ ଆଣିଥିଲେ । ଏହାପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଆଉ ସନ୍ଦିଗ୍ଧ ଦୁଇ ଅପରାଧୀଙ୍କୁ ମଧ୍ୟ ଧରିଥିଲେ ଏହାପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା । ପୋଲିସର ସୂଚନାନୁସାରେ, ମୃତଦେହକୁ କବରରୁ ବାହାର କରି ପୋଷ୍ଟମର୍ଟମ ପାଇଁ ଏସ୍କେଏମ୍ ହସ୍ପିଟାଲ କୋଲକାତା ପଠାଯିବ। ହରିହରପାରା ନିବାସୀ ଜଣେ ୧୩ ବର୍ଷର ବାଳିକା ପ୍ରାୟ ୫ ଦିନ ନିଖୋଜ ଥିଲେ ଜ୍ଝ ଜାନୁଆରୀ ୨୭ ରେ ହରିହରପାରା ଗାଁର ସୋରିଷ କ୍ଷେତରୁ ଝିଅର ମୃତଦେହ ଉଦ୍ଧାର କରାଯାଇଥିଲା।

Advertisement

ପରିବାର ଦାବି କରିଛନ୍ତି ଯେ ଝିଅର ଆଖି ତଡାଯାଇଥିଲା ଏବଂ ସ୍ତନ କଟା ଯାଇଥିଲା। ନାବାଳିକାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଅପହରଣ ଓ ଶାରୀରିକ ନିର୍ଯାତନା ଦିଆଯିବା ପରେ ତାଙ୍କୁ ହତ୍ୟା କରାଯାଇ ସୋରିଷ କ୍ଷେତରେ ପୋତି ଦିଆଯାଇଥିଲା। ଏହି ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ।

Leave a Reply

Your email address will not be published. Required fields are marked *