ମିଳିଲାନି ସନ୍ତୋଷ ଜନକ ପ୍ରତ୍ୟୁତ୍ତର ,ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତୀ ବେହେରା…
1 min readମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମୀନତି ବେହେରା । ମିନତୀଙ୍କ ପଦଚ୍ୟୁତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗର ବିଜ୍ଞପ୍ତି। କାରଣ ଦର୍ଶାଅ ନୋଟିସର ଉତ୍ତର ପରେ ଅଧ୍ୟକ୍ଷା ପଦରୁ ହଟିଲେ ମୀନତି ବେହେରା। ସନ୍ତୋଷ ଜନକ ଉତ୍ତର ଦେଇ ନପାରିବାରୁ ଅଧ୍ୟକ୍ଷା ପଦରୁ ଛାଡିଛନ୍ତି। ଅକ୍ଟୋବର ୨୩ରେ ମୀନତି ବେହେରା ସରକାର ବହିଷ୍କାର କରିଥିଲେ।
ସୂଚନା ଅନୁସାରେ, ପ୍ରାୟ ଦୁଇ ସପ୍ତାହ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମେସେଜ୍ ଜରିଆରେ କମିଶନଙ୍କୁ ଭାଙ୍ଗି ଦିଆଗଲା ବୋଲି ସୂଚନା ଦିଆଯାଇଥିଲା। ପଦବୀରୁ ହଟାଯିବାର ୧୮ ଦିନ ପରେ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ନିଜ ପଦବୀ ଛାଡୁନଥିବା ଅଭିଯୋଗ ହୋଇଥିଲା। ଅକ୍ଟୋବରରେ ଖରାପ ପ୍ରଦର୍ଶନ ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ମହିଳା ଓ ଶିଶୁ ବିକାଶ ବିଭାଗ।