Pratidin TV

Odisha's Digital News Platform

ଘରେ ରଖନ୍ତୁ ଏହି ଦର୍ପଣ ଦୂର ହୋଇ ଯିବ ସବୁ ଆର୍ôଥକ ସମସ୍ୟା..

1 min read

ଦୈନନ୍ଦିନ ଜୀବନରେ କାମରେ ଲାଗୁଥିବା ସମସ୍ତ ବସ୍ତୁ ଠାରୁ ଏକ ମହତ୍ତ୍ୱ ପୂର୍ଣ୍ଣ ବସ୍ତୁ ଦର୍ପଣ ଅଟେ । ତେବେ ଆପଣ ଜାଣିଛନ୍ତି କି ଆଇନା ନେଇ ହିନ୍ଦୁ ବାସ୍ତ୍ରୁ ଶାସ୍ତ୍ରରେ କଣ କୁହାଯାଇଛି? ବାସ୍ତୁଶାସ୍ତ୍ର ଅନୁସାରେ, ଦର୍ପଣ ଘରେ ସକାରାତ୍ମକ ଶକ୍ତିକୁ ବୃଦ୍ଧି କରିଥାଏ । ତେବେ ଦର୍ପଣରେ ଏପରି କିଛି ଲାଭ ମଧ୍ୟ ରହିଛି, ଯାହା ଦ୍ୱାରା ଜଣେ ବ୍ୟକ୍ତି ନିଜ ଘରେ ଧନ, ପ୍ରସନ୍ନତା ତଥା ଖୁସିକୁ ବୃଦ୍ଧି କରିପାରିବେ । ହେଲେ ବି ଯେକୌଣସି ଦର୍ପଣକୁ ଆଣି ଆପଣ ନିଜ ଘରେ ଯେଉଁ ଠି ନା ସେଇଠି ଲଗାଇ ପାରିବେ ନାହିଁ । ଏଥିପାଇଁ ବାସ୍ତୁ ଶାସ୍ତ୍ରରେ ଦର୍ପଣର ଭୁଲ ଠିକ୍ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି । ହେଲେ ଭୁଲ୍ ଦିଗ କିମ୍ବା ଭୁଲ୍ ଆକୃତିର ଦର୍ପଣ ଅସୁବିଧାର କାରଣ ହୋଇପାରେ ।

ତେବେ ଆସନ୍ତୁ ଜାଣିବା, ଦର୍ପଣ ଦ୍ୱାରା କିପରି ଦୂର କରି ହେବ ଆର୍ôଥକ ସମସ୍ୟା

Advertisement
  • ଧାରକରଜ ମଧ୍ୟରେ ଛନ୍ଦି ହୋଇ ରହୁଥିବା ଲୋକ ନିଜ ଘରର ଡାଇନିଂ ଟେବୁଲ୍ ସାମ୍ନାରେ ଦର୍ପଣ ଲଗାଇବା ଉଚିତ । ତେବେ ଦର୍ପଣକୁ ଏପରି ଲଗାଇବା ଉଚିତ ଯେଉଁଥିରେ ଡାଇନିଂ ଟେବୁଲ୍ ସଂପୂର୍ଣ୍ଣ ଭାବେ ଦେଖାଯାଉଥିବ । ଏପରି କରିବା ଦ୍ୱାରା ଜୀବନରେ ଧନର ଅଭାବ ଦେଖାଦେବ ନି ବୋଲି କୁହାଯାଏ ।
  • ବାସ୍ତୁ ଅନୁସାରେ ଘରର ମୁଖ୍ୟଦ୍ୱାର ସମ୍ମୁଖରେ ଦର୍ପଣ ରଖିବା ଅନୁଚିତ । ଏହାଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ସମସ୍ୟା ବଢ଼ିଥାଏ ।
  • ଘରର ଉତ୍ତର- ପୂର୍ବ ଦିଗରେ ଥିବା କାନ୍ଥରେ ଦର୍ପଣ ଲଗାଇବା ଉଚିତ । ଯେଉଁମାନଙ୍କ ବ୍ୟବସାୟରେ କ୍ଷତି ହେଉଛି, ସେମାନେ ଏହି ଦିଗରେ ଦର୍ପଣ ଲଗାଇବା ଉଚିତ ।

ବାସ୍ତ୍ରୁଶାସ୍ତ୍ର ଅନୁସାରେ ଦର୍ପଣ ଯଦି ନିଜଘରେ ଲଗାଇବେ ତେବେ ଆପଣଙ୍କ ଜୀବନରେ କେବେ ବି ଆର୍ଥିକ ସମସ୍ୟା ଦେଖା ଦେବା ନାହିଁ ।

Leave a Reply

Your email address will not be published. Required fields are marked *