Pratidin TV

Odisha's Digital News Platform

ଦ୍ୱିତୀୟ ପତ୍ନୀଙ୍କ ତୃତୀୟ ବିବାହ : ପୁଣି ବିବାହ କଲେ ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପତ୍ନୀ

1 min read

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଦଳର ମୁଖ୍ୟ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ପାକିସ୍ତାନୀ-ବ୍ରିଟିଶ ସାମ୍ବାଦିକ ରେହମ ଖାନ ତୃତୀୟ ଥର ପାଇଁ ବିବାହ କରିଛନ୍ତି । ଏନେଇ ସେ ନିଜ ସୋସିଆଲ ମିଡିଆରେ ଫଟୋ ଶେୟାର କରି ସୂଚନା ଦେଇଛନ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦ୍ୱିତୀୟ ପତ୍ନୀ ରେହମ ଖାନଙ୍କୁ ନେଇ ଏକ ବଡ ଖବର ଆସିଛି । ବାସ୍ତବରେ ରେହମ୍ ଖାନ୍ ତୃତୀୟ ଥର ବିବାହ କରିଛନ୍ତି । ବୃତି ଅନୁଯାୟୀ ସାମ୍ବାଦିକ ରେହମ୍ ଖାନ୍ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏକ ଚିତ୍ର ସେୟାର କରି ପ୍ରଶଂସକମାନଙ୍କୁ ତାଙ୍କର ତୃତୀୟ ବିବାହ ବିଷୟରେ ସୂଚନା ଦେଇଛନ୍ତି।

ସେ ମିର୍ଜା ମିଲାଲ ନାମକ (୩୬) ଜଣେ ମଡେଲଙ୍କୁ ବିବାହ କରିଛନ୍ତି । ଯିଏକି ଜଣେ ପାକିସ୍ତାନୀ । କିନ୍ତୁ ସେ ବର୍ତ୍ତମାନ ଆମେରିକାରେ ରହୁଛନ୍ତି । ରେହମ ଖାନଙ୍କ ଭଳି ମିର୍ଜା ଖାନ ବିଲାଲ୍ ମଧ୍ୟ ପୂର୍ବରୁ ବିବାହିତା । ତାଙ୍କର ଗୋଟେ ଛୁଆ ମଧ୍ୟ ଅଛି । ଛାଡପତ୍ର ପରେ ଦୁହେଁ ଆମେରିକାର ଏକ ବିବାହ ଉତ୍ସବରେ ନିଜ ଧର୍ମ ଅନୁଯାୟୀ ବିବାହ କରିଥିଲେ ।
ଏହାପରେ ସୋସିଆଲ ମିଡିଆରେ ଫଟୋ ସେୟାର କରି ଖବର ସମସ୍ତଙ୍କୁ ଜଣାଇଥିଲେ ।

ସେହିଭଳି ରେହମ୍ ପ୍ରଥମେ ୧୯୯୦ ରେ ବିବାହ କରିଥିଲେ ଏବଂ ୨୦୦୫ ରେ ଛାଡପତ୍ର ହୋଇଥିଲା । ଏହି ବିବାହରୁ ତାଙ୍କର ତିନୋଟି ସନ୍ତାନ ମଧ୍ୟ ଅଛନ୍ତି ଯେଉଁମାନେ ବ୍ରିଟେନରେ ରୁହନ୍ତି । ଏହା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ରେହମ ଖାନଙ୍କ ବିବାହ ଜାନୁୟାରୀ ୨୦୧୫ ରେ ନିଶ୍ଚିତ ହୋଇଥିଲା, କିନ୍ତୁ ସେମାନଙ୍କ ବିବାହ ସମ୍ବନ୍ଧୀୟ ଖବର ଅକ୍ଟୋବର ୨୦୧୪ ଠାରୁ ଚାଲିଥିଲା । ଯଦିଓ ଉଭୟ ବିବାହ ଅଧିକ ଦିନ ତିଷ୍ଠି ନଥିଲା, କିଛି ମାସ ପରେ ଦୁହେଁ ଛାଡପତ୍ର ହୋଇଥିଲେ । ଏହାପୂର୍ବରୁ ସେ କହିଥିଲେ ଯେ ତାଙ୍କ ଘରେ ମଧ୍ୟ ତୃତୀୟ ବିବାହ ବିଷୟରେ ଆଲୋଚନା ହେଉଛି ।

ରେହମ ଖାନ ଚଳିତ ବର୍ଷ ଇଦ୍ ଅବସରରେ ଅଭିନେତା ନୁମାନ ଏଜାଜଙ୍କ କାର୍ଯ୍ୟକ୍ରମ ଜି ସରକାରରେ ଅଂଶଗ୍ରହଣ କରିଥିଲେ, ଯେଉଁଠାରେ ସେ ରାଜନୀତି ତଥା ଦେଶର ପରିସ୍ଥିତି ସମେତ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବରେ କହିଥିବା ବେଳେ ତୃତୀୟ ବିବାହ ସମ୍ଭାବନା ବିଷୟରେ ମଧ୍ୟ କହିଥିଲେ । କାର୍ଯ୍ୟକ୍ରମ ସମୟରେ ଏକ ପ୍ରଶ୍ନର ଉତରରେ ରେହମ୍ ଖାନ୍ କହିଛନ୍ତି ଯେ ଜଣେ ମହିଳା ଜ୍ୟୋତିଷ, ତାଙ୍କ ସମ୍ପର୍କୀୟ ତାଙ୍କ ହାତ ଦେଖି କହିଥିଲେ ଯେ ତାଙ୍କ ହାତରେ ତୃତୀୟ ବିବାହ ରେଖା ଅଛି ।

Leave a Reply

Your email address will not be published. Required fields are marked *