ନିଷ୍ଠୁର ହେଲେ CDPO:ଗର୍ଭବତୀ କର୍ମଚାରୀଙ୍କୁ ଛାଡ଼ିଲେନି ମେଡିକାଲ ,ମା ପେଟରେ ହିଁ ଚାଲିଗଲା କଅଁଳ ଶିଶୁର ଜୀବନ …
1 min readନିଷ୍ଠୁର ହୋଇଗଲେ ସିଡିପିଓ। ମହିଳା ହୋଇ ବି ଜାଣି ପାରିଲେନି ଅନ୍ୟ ଜଣେ ଗର୍ଭବତୀ ମହିଳାଙ୍କ ଯନ୍ତ୍ରଣା। ଗର୍ଭ ଯନ୍ତ୍ରଣାରେ ଛଟପଟ ମହିଳାଙ୍କ କଷ୍ଟ ଦେଖି ତାଙ୍କ ହୃଦୟ ତରଳିଲା ନାହିଁ। ଆଉ ନିଜ ପଦ ତଥା କ୍ଷମତାର ଅପବ୍ୟବହାର କରି ନିଜର ଜଣେ ଅଧୀନସ୍ଥ ଗର୍ଭବତୀ ମହିଳା କର୍ମଚାରୀଙ୍କୁ ମେଡିକାଲ ଯିବାକୁ ଅନୁମତି ଦେଲେନି।ଫଳରେ ଅଫିସରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଲେ ମହିଳା କର୍ମଚାରୀ ଜଣକ ଓ ଶେଷରେ ଗର୍ଭରେ ହିଁ ଚାଲିଗଲା ନିଷ୍ପାପ ଶିଶୁର ଜୀବନ।ଏଭଳି କିଛି ସଙ୍ଗୀନ ଅଭିଯୋଗ ଆସିଛି ଡେରାବିଶ ବ୍ଲକ ର ଶିଶୁ ବିକାଶ ଯୋଜନା ଅଧିକାରୀ (CDPO )ଙ୍କ ନାଁ ରେ | ଏବେ ଅଫିସ୍ ରେ ଛଟପଟ ହେଉଥିବା ବେଳେ ହସ୍ପିଟାଲ ନନେବାରୁ,ଗର୍ଭସ୍ଥ ଶିଶୁ ଟି ମୃତୁ ବରଣ କରିବା ପରି ସମ୍ବେଦନଶିଳ ଘଟଣା ରେ ପ୍ରତିକ୍ରିୟା ରଖିଛନ୍ତି ନିର୍ଯାତିତା କର୍ମଚାରୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ।
ଅଭିଯୋଗ ଅନୁଯାଇ କେନ୍ଦ୍ରାପଡ଼ା ଜିଲ୍ଲା, ଡେରାବିଶ ବ୍ଲକ ର CDPO (ଶ୍ରୀମତୀ ସ୍ନେହଲତା ସାହୁ) ତାଙ୍କର ଜଣେ କନିଷ୍ଠ କିରାଣୀ 7ମାସ ର ଗର୍ଭବତୀ ଥିଲା ।ହେଲେ ସେ ନିୟମିତ ଭାବେ ଅଫିସ ଆସି କାର୍ଯ୍ୟ କରୁଥିଲେ ।ଅଫିସ କାର୍ଯ୍ୟାଳୟ ରେ କାର୍ଯ୍ୟ କରିବା ସମୟରେ, CDPO ତାଙ୍କୁ ଅସଭ୍ୟ ଭାଷା ରେ ଗାଳି କରିବା ହେତୁ ସେହି କିରାଣୀ ଙ୍କୁ ଶକ୍ତ ଆଘାତ ପହଞ୍ଚିବା ଫଳରେ ସେ ହଠାତ ବେହୋଶ ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ବର୍ଷା ବିଭାଗୀୟ ଅଧିକାରୀ ତଥା CDPO ସ୍ନେହଲତା ସାହୁଙ୍କୁ ନିବେଦନ କରିଥିଲେ।
କିନ୍ତୁ ସିଡିପିଓ ତାଙ୍କୁ ମେଡିକାଲ ନ ଛାଡ଼ି ବରଂ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଓ ଗାଳିଗୁଲଜ କରିଥିବା ଅଭିଯୋଗ କରିଛନ୍ତି ବର୍ଷା।ଅତ୍ୟଧିକ ଗର୍ଭଯନ୍ତ୍ରଣା ଯୋଗୁଁ ବର୍ଷା ଅସୁସ୍ଥ ହୋଇ ପଡ଼ିବାରୁ ଖବର ପାଇ ତାଙ୍କ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେତେବେଳକୁ ବହୁ ବିଳମ୍ବ ହୋଇ ଯାଇଥିଲା ଓ ତାଙ୍କ ଗର୍ଭରେ ଥିବା ଶିଶୁର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ। ଏହାପରେ ବର୍ଷା ଜିଲ୍ଲାପାଳ ଓ ଏସପିଙ୍କୁ ଲିଖିତ ଅଭିଯୋଗ କରିବା ସହ ଉଚ୍ଚସ୍ତରୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।କେବଳ ଏତିକି ରେ ସରିଯାଇନାହିଁ CDPOଙ୍କ ନିର୍ଯ୍ୟାତନା ।ଖବର ପାଇ ଘର ଲୋକ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଝିଅର ଏପରି ଅବସ୍ଥା ଦେଖି CDPO ଙ୍କୁ ପଚାରିବାରୁ,CDPO ଉକ୍ତ ପରିବାର ଲୋକଙ୍କ ସହ ଅଯଥା ଯୁକ୍ତି କରି ତାଙ୍କୁ ମଧ୍ୟ ଅସଭ୍ୟ ଭାଷା ରେ ଗାଳି ଗୁଲଜ କରିଥିଲେ ଏବଂ ତାଙ୍କ ମୋବାଇଲ କୁ ଫୋପାଡି ଦେଇ ତାଙ୍କୁ ହାତ ଉଠାଇଥିଲେ।