Pratidin TV

Odisha's Digital News Platform

ଡିସିପିଙ୍କ ଆଗରେ ଗୁଣ୍ଡାଗିରି ; ଫାଇନାନ୍ସ କର୍ମଚାରୀଙ୍କୁ ପିଟି ପିଟି ରକ୍ତାକ୍ତ କଲେ ଦୁବୁର୍ତ୍ତ …

ଭୁବନେଶ୍ୱର ; ପୁଣି ରାଜଧାନୀରେ ଚାଞ୍ଚଲ୍ୟ । ଡିସିପିଙ୍କ ଆଗରେ ଫାଇନାନ୍ସ କର୍ମଚାରୀଙ୍କୁ ପିଟି ପିଟି ରକ୍ତାକ୍ତ କଲେ ଦୁର୍ବୁର୍ତ୍ତ । ଆହତ କର୍ମଚାରୀ ଜଣଙ୍କ ହେଲେ ପବିତ୍ର ମୋହନ ମଲ୍ଲିକ । ବର୍ତ୍ତମାନ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ପବିତ୍ର । ଏଭଳି ଏକ ଅଭାବନୀୟ ଘଟଣା ରାଜଧାନୀ ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ଦେଖିବାକୁ ମିଳିଛି । ତେବେ ଲୋନ୍ ଦେବାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ଫୋନରେ ଗାଳିଗୁଲଜ ଘଟଣା ପରେ ଏଭଳି ସାଙ୍ଘାତିକ ରୂପ ନେଇଛି ।

Leave a Reply

Your email address will not be published. Required fields are marked *