Pratidin TV

Odisha's Digital News Platform

ନେତାଜୀ ସୁବାଷ ବୋଷଙ୍କ ପ୍ରତିମୃତ୍ତିରୁ ମୁଣ୍ଡ କାଟିନେଲେ ଦୁର୍ବୁତ୍ତ…

ଢେଙ୍କାନାଳ : ସ୍ୱାଧୀନତା ସଂଗ୍ରାମୀଙ୍କୁ ବଡ ଅସମ୍ମାନ । ଓଡିଶା ମାଟିର ବୀର ପୁରୁଷ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୃତ୍ତିର ଅସମ୍ମାନ । ଢେଙ୍କାନାଳ ସହର ନୂଆ ପୋଖରୀ ନିକଟରେ ଥିବା ନେତାଜୀ ଶିଶୁ ଉଦ୍ୟାନ ପରିସରରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ପ୍ରତିମୂର୍ତ୍ତୀ ରୁ ତାଙ୍କର ମୁଣ୍ଡ କାଟି କେହି ଦୁର୍ବତ୍ତ ଫେରାର ହୋଇଯାଇଛି ।

ଏହି ଘଟଣା ଜଣାପଡିବା ପରେ ସହରର ବିଭିନ୍ନ ମହଲ ଓ ସଂଗଠନ ଗୁଡିକ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ୧୯୮୪ ମସିହା ଅଗଷ୍ଟ ୩୧ ତାରିଖରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା ଙ୍କ ଦ୍ଵାରା ଏହି ନେତାଜୀ ଶିଶୁ ଉଦ୍ୟାନଟି ଉଦ୍ଘାଟିତ ହୋଇଥିଲା । ସେହି ସମୟରେ ଶିଶୁ ଉଦ୍ୟାନ ପରିସର ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଏକ ପ୍ରତିମୁର୍ତ୍ତି ସେଠାରେ ସ୍ଥାପିତ ହେଇଥିଲା ।

ବୁଧବାର ବିଳମ୍ବିତ ରାତିରେ କେହି ଦୁର୍ବତ୍ତ ପ୍ରତିମୂର୍ତ୍ତୀ ର ମୁଣ୍ଡ କାଟି ନେଇ ଫେରାର ହୋଇଯାଇଛି । ଫଳରେ ପୌର ସଂସ୍ଥା ପକ୍ଷରୁ ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ସହରରେ ବରପୁତ୍ର ମାନଙ୍କ ପ୍ରତିମୁର୍ତ୍ତୀ ଗୁଡ଼ିକ ଅସୁରକ୍ଷିତ ଭାବରେ ରହିଛି । ଏଥି ପ୍ରତି ପୌରସଂସ୍ଥା କର୍ତ୍ତୁପକ୍ଷ ତୁରନ୍ତ ଦୃଷ୍ଟି ପ୍ରଦାନ କରିବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *