Pratidin TV

Odisha's Digital News Platform

ରାଜଧାନୀର ଆତଙ୍କ ; ରାତିଅଧରେ ସାମ୍ବାଦିକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ ….

1 min read

ଭୁବନେଶ୍ୱର ; ରାତି ଅଧରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ । ସାମ୍ବାଦିକଙ୍କୁ ଗୋଡାଇ ଗୋଡାଇ ହାଣି କରିଦେଲେ ରକ୍ତାତ । ଗତକାଲି ସାମ୍ୱାଦିକ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କୁ ୪ ଜଣ ଦୃର୍ବୁତ୍ତ ରାତି ୧୨ଟା ସମୟରେ ଆକ୍ରମଣ କରିଥିଲେ । ଅଫିସ ରୁ ଫେରୁଥିବା ସମୟରେ ମଂଚେଶ୍ୱର ଥାନା ଧିରିକୁଟ ବସ୍ତି ପାଖରେ ୪ ଜଣ ଦୃର୍ବୁତ୍ତ ୨ ଟି ବାଇକ ରେ ଆସି ଖଣ୍ଡାରେ ଜ୍ୟୋତିରଞ୍ଜନଙ୍କୁ ଚୋଟ ପକାଇଥିଲେ । ଜ୍ୟୋତିଙ୍କ ମୁଣ୍ଡ, ଗୋଡ଼ ଓ ହାତରେ ଗଭୀର ଆଘାତ ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲ ରେ ଚିକିତ୍ସା ହେଉଛନ୍ତି ଜ୍ୟୋତି ।

ମିଳିଥିବା ସୂଚନା ଅନୁଯାୟୀ ଲୁଟ ପାଇଁ ଉଦ୍ୟମ ବେଳେ ବିରୋଧ କରିବାରୁ ଖଣ୍ଡା ରେ ଆକ୍ରମଣ କରିଥିଲେ ଦୃର୍ବୁତ୍ତ । ଏନେଇ ମଞ୍ଚେଶ୍ଵର ଥାନାରେ ଅଭିଯୋଗ କରଯାଇଛି। ଅଭିଯୋଗ ଆଧାର ରେ ତଦନ୍ତ ଆରଂଭ କରିଛି ମଞ୍ଚେଶ୍ଵର ପୋଲିସ ।

Advertisement

Leave a Reply

Your email address will not be published. Required fields are marked *