Pratidin TV

Odisha's Digital News Platform

ଗାଡିରୁ ସରିଲା ତେଲ , ବାଟରେ ହଟହଟା ହୋଇ ଧରାପଡିଲେ ଚୋର ..

1 min read

କଟକ ; ଲୋକଙ୍କ ହାତରେ ଦୁର୍ବୃତ୍ତ ଧରା ପଡିବା ପରେ ନିସ୍ତୁକ ମାଡ଼ ଖାଇଥିବା ଜଣାପଡିଛି। ଚଳନ୍ତା ଗାଡିରୁ ଚେନ ଛିଣ୍ଡାଇ ଦ୍ରୁତ ଗତିରେ ଫେରୁଥିଲେ । ବାଟରେ ତେଲ ସରିଯିବାରୁ ନିଶ୍ଚିନ୍ତକୋଇଲି ପିପି କଲେଜ ଛକ ପେଟ୍ରୋଲ ଟାଙ୍କିରେ ତେଲ ପକାଇ ଫେରୁଥିବା ସମୟରେ ପଛରେ ପିଛାକରୁଥିବା ଲୋକମାନଙ୍କୁ ଦେଖି ଦୁର୍ବୃତମାନେ ହଡ ବଡେଇ ଯାଇଥିଲେ । ଲୋକେ ଚିତ୍କାର କରିବା ସହ ପଲସର ବାଇକରେ ବସିଥିବା ଦୁଇ ଚୋରଙ୍କୁ କାବୁ କରି ପକାଇଲେ ।

ସେଥି ମଧ୍ୟରୁ ଜଣେ ବାଇକ ନେଇ ଖସିଯିବାରେ ସମର୍ଥ ହୋଇଥିବା ବେଳେ ଆଉ ଜଣେ ଲୋକଙ୍କ ହାତରେ ଧରାପଡି ଉତ୍ତମ ମଧ୍ୟମ ଦେବାପରେ ନିଶ୍ଚିନ୍ତକୋଇଲି ଥାନା ପୋଲିସ ଚୋରକୁ ହେପାଜତକୁ ନେଇଛି ।ତା ଠାରୁ ଗୋଟିଏ ଖେଳଣା ବନ୍ଧୁକ, ଗୋଟିଏ ଛୁରୀ, ନମ୍ବର ପ୍ଲେଟ ସହ ଏକ ବ୍ୟାଗ ଜବତ ହୋଇଛି। ସୁଚନା ଅନୁଯାୟୀ ତାରନାଁ ଶଶିକାନ୍ତ ଜେନା, ତାର ଘର ଯାଜପୁର ଅଞ୍ଚଳରେ। ଏମାନଙ୍କର ବହୁ ଚେନଛୀନ୍ତାଇ ଓ ରାହଜାନି ଆଦି ଘଟଣା ସହ ସମ୍ପୃକ୍ତି ଥିବା କୁହାଯାଉଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisement

Leave a Reply

Your email address will not be published. Required fields are marked *