ପୁଅ ବାହାଘର ପାଇଁ ୩ଲକ୍ଷ ଉଠାଇଥିଲେ , ରାସ୍ତାରେ ଝିଙ୍କି ନେଇଗଲେ ଦୁର୍ବୁତ୍ତ
1 min readକୋରାପୁଟ ; ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା । ବୋରିଗୁମ୍ମା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରୁ ଆଜି ତିନି ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ।ସୂଚନା ଅନୁଯାୟୀ ଆଜି ବୋରିଗୁମ୍ମା ଝିଲିମିଲି ଗ୍ରାମର ନନ୍ଦ ନାମକ ବ୍ୟକ୍ତି ନିଜ ସ୍ତ୍ରୀ ସହିତ ବୋରିଗୁମ୍ମା ଏସ ବି ଆଇ ବ୍ୟାଙ୍କ ରୁ ତିନି ଲକ୍ଷ ଟଙ୍କା ଉଠାଇ ଆଣି ବୋରିଗୁମ୍ମା ବ୍ଲକ ଅଫିସ ସମ୍ମୁଖରେ ଏକ ଅଟୋ ରେ ନିଜ ଟଙ୍କା ବ୍ୟାଗ ରଖି କିଛି କାଗଜପତ୍ର ଜେରୋକ୍ସ କରିବା ପାଇଁ ଆସିଥିଲେ ।
ସେହି ସମୟରେ କେଇ ଦୁର୍ବୁତ୍ତ ଟଙ୍କା ବ୍ୟାଗ ଲୁଟିନେଇ ଚମ୍ପଟ ମାରିଥିଲେ।ନନ୍ଦ ନିଜ ପୁଅର ବାହାଘର ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ଆଣୁଥିଲେ।ଆଖି ପିଛୁଳାକେ ଦୁର୍ବୁତ୍ତ ଟଙ୍କା ବ୍ୟାଗ ନେଇ ଚାଲିଯିବା ସତରେ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ମିଳିଥିବା ଜନସାଧାରଣରେ ଚର୍ଚ୍ଚା ହେଉଛି । ତେବେ ବୋରିଗୁମ୍ମା ଅଞ୍ଚଳରେ ଅନେକ ଦିନ ଧରି ସିସିଟିଭି ଅଚଳ ଥିବା ଯୋଗୁଁ ଦୁର୍ବୁତ୍ତ ଏହାର ଫାଇଦା ଉଠାଇ ଦିନ ଦ୍ୱିପ୍ରହର ରେ ଏଭଳି ଲୁଟ କରି ଚାଲିଛନ୍ତି। ଘଟଣା ସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରୁଛି।