Pratidin TV

Odisha's Digital News Platform

ଘରକାମ ପାଇଁ ଉଠାଇଥିଲେ ୫୦ ହଜାର ଟଙ୍କା, ବାଇକରେ ଆସି ଥାନା ଛକରୁ ଝାମ୍ପିନେଲେ ଦୁବୁର୍ତ୍ତ ….

1 min read

ଆଳି ; ବାଇକରେ ଆସି ମହିଳାଙ୍କ ଠାରୁ ଝାମ୍ପିନେଲେ ୫୦ହଜାର ଟଙ୍କା। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଛକ ନିକଟସ୍ଥ ବେହେରା ଗଳିରେ ଦୁଇଜଣ ଲୁଟେରା ବାଇକରେ ଆସି ମହିଳାଙ୍କ ଠାରୁ ୫୦ହଜାର ଟଙ୍କା ଝାମ୍ପିନେଇ ଥିବାର ଅଭିଯୋଗ ହୋଇଛି। ଦିନ ୧୧ଟା ବେଳେ ଲୋକାପଡ଼ା ଗାଁର ରଶ୍ମିତା ରାଏ ଆଳି ଷ୍ଟେଟ ବ୍ୟାଙ୍କ ଶାଖାରୁ ୫୦ହଜାର ଟଙ୍କା ଉଠାଇ ଘରକୁ ଚାଲି ଚାଲି ଫେରୁଥିବା ଆଳି ଥାନାଛକ ନିକଟସ୍ଥ ବେହେରା ଗଳିରେ ତାଙ୍କ ଟଙ୍କା ବ୍ୟାଗକୁ ଦୁଇଜଣ ଲୁଟେରା ଝାମ୍ପି ନେଇଥିଲେ।

ମହିଳା ଜଣଙ୍କ ପାଟି କରିବାରୁ ଆଖି ପିଛୁଳାକେ ଦୁଇଜଣ ଲୁଟେରା ବାଇକ ଯୋଗେ ଖସିପଳାଇ ଥିଲେ। ଏନେଇ ମହିଳା ଜଣଙ୍କ ଥାନାରେ ଜଣାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ପୋଲିସର ପତିକ୍ରିୟା ମିଳିପାରିନାହିଁ।

Advertisement

Leave a Reply

Your email address will not be published. Required fields are marked *