Pratidin TV

Odisha's Digital News Platform

(ଭିଡିଓ)ICICI ବ୍ୟାଙ୍କରେ ଲୁଟ୍ ଉଦ୍ୟାମ ପଣ୍ଡ ; ସାଇରନ୍ ବଞ୍ଚାଇଲା ଲୋକଙ୍କ ଟଙ୍କା, ସିସିଟିଭିରେ କଏଦ ହେଲା ସମସ୍ତ ଦୃଶ୍ୟ ..

କଟକ : ଦିନ ଦ୍ୱିପହରରେ ଲୁଟ୍ ଉଦ୍ୟାମରେ ବ୍ୟାଙ୍କ୍ ଭିତରେ ପଶିଥିଲେ ଲୁଟେରା । ହାତରେ ବନ୍ଧୁକ ସହ ଥିଲା ମାରଣାସ୍ତ୍ର । ଯାହାକୁ ଦେଖି ଭୟ ଭିତ ହୋଇଯାଇଥିଲେ ବ୍ୟାଙ୍କ୍ କର୍ମଚାରୀ ଓ ଲୋକେ । ମାରଣାସ୍ତ୍ର ଦେଖାଇ ସଭିଙ୍କୁ ଡରାଇବା ସହ ବ୍ୟାଙ୍କ୍ କର୍ମୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ ଲୁଟେରା । କିନ୍ତୁ ସେମାନଙ୍କର ଏଭଳି ଉଦ୍ୟାମ ସଫଳ ହୋଇପାରିନଥିଲା । ଏକ ସାଇରନ ହିଁ ସେମାନଙ୍କ ଯୋଜନାରେ ପାଣି ଫେରି ଦେଇଥିଲା । ଯାହା ଫଳରେ ସେ ଲୁଟେରା ମାନଙ୍କୁ ବ୍ୟାଙ୍କରୁ ଖାଲି ହାତରେ ନିଜ ଜୀବନ ବଞ୍ଚାଇ ଖସି ଆସିବାକୁ ବାଧ୍ୟ ହୋଇଥିଲେ । ଏଭଳି ଏକ ଘଟଣା କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀର ବାରଙ୍ଗ ଫକୀରପଡା ନିକଟରେ ଥିବା ସମସମସ ବ୍ୟାଙ୍କରେ ଘଟିଛି ।

ସୂଚାନଯୋଗ୍ୟ ଯେ ଆଜି ଦିନ ୧୧ ଟା ସମୟରେ ୩ ଜଣ ଯୁବକ ଏକ ନମ୍ବର ବିହୀନ ମୋଟର ସାଇକେଲରେ ଆସି ସମସମସ ବ୍ୟାଙ୍କ ମଧ୍ୟରେ ପସି ୨ ଟି ବନ୍ଧୁକ ଓ ଗୋଟିଏ ଛୁରୀ ଦେଖାଇ ବ୍ୟାଙ୍କ କର୍ମ ଚାରୀ ଓ ଗ୍ରାହକମାନଙ୍କୁ ଧମକାଇ ଥିଲେ । କିନ୍ତୁ ଠିକ୍ ସେହି ସମୟରେ ବ୍ୟାଙ୍କର ସାଇରନ ବାଜି ଉଠିବାରୁ ବ୍ୟାଙ୍କ ଛାଡ଼ି ଚମ୍ପଟ ମାରିଥିଲେ ଡକାୟତ ଦଳ।

ଏ ସମସ୍ତ ଦୃଶ୍ୟ ବ୍ୟାଙ୍କରେ ଲାଗିଥିବା ସିସିଟିଭିରେ କଏଦ୍ ହୋଇଥିବା ବେଳେ , ପୋଲିସ ସିସିଟିଭି ଫୁଟେଜ୍ ଚେକ୍ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *