Pratidin TV

Odisha's Digital News Platform

ସୁନା ସଫାକରିବାକୁ ଆସି କଳାକନା ବୁଲାଇଲେ ଲୁଟେରା …

1 min read

କଟକ : ବାଙ୍କୀରେ ମାତିଛନ୍ତି ଠକ ଲୁଟେରା, ଗାଁ ଗାଁ ବୁଲୁଛନ୍ତି ଏବଂ ଘର ଦେଖି କରୁଛନ୍ତି ଟାର୍ଗେଟ । ବିଭିନ୍ନ ଧାତୁ ଓ ଅଳଙ୍କାରକୁ ପୁରା ଚିକ ଚିକ କରିବାକୁ କହି , ସୁଯୋଗ ଦେଖି ସେ ସବୁ ଲୁଟିନେଇ ମାରୁଛନ୍ତି ଚମ୍ପଟ । ଏମିତି କିଛି ଘଟଣା ସାମ୍ନା କୁ ଆସିଛି କଟକ ଜିଲ୍ଲା ବାଙ୍କୀ ଘୋଡାବର ଗ୍ରାମରୁ ।

ସୂଚନା ଅନୁଯାୟୀ ଗତକାଲି ଦିନ ଦଶଟା ସମୟରେ ଘୋଡାବର ଗ୍ରାମ ରେ ଏକ ଟିଭିଏସ ଏକସେଲ ଗାଡିରେ ଦୁଇ ଜଣ ଦୁର୍ବୁର୍ତ୍ତ ପହଞ୍ଚି, ସେଠାରେ ସୁନାରୂପା ସଫା କରିବାକୁ ଆସିଛୁ କହି ଘର ଘର ବୁଲିଥିଲେ । ଏବଂ ସେହି ଗ୍ରାମ ର ଚନ୍ଦ୍ରମଣି ସାହୁ ଙ୍କ ଘରେ ପହଞ୍ଚିଥିଲେ ଯାହାକି ତାଙ୍କ ଘରେ କେହି ନଥିବା ବେଳେ ଵା ତାଙ୍କ ପୁଅ ବୋହୁ ବାହାରେ ରହୁଥିବା ବେଳେ ଘରେ ଚନ୍ଦ୍ରମଣି ସାହୁ ଙ୍କ ପତ୍ନୀ ଦ୍ରୌପଦୀ ସାହୁ ଏକୁଟିଆ ଥିବାର ସୁଯୋଗ ନେଇ ମିଠା ମିଠା କଥା କହି, ବିଭିନ୍ନ ଅଳଙ୍କାର ଓ ପିତଳ ବାସନ ସଫା କରିଥିଲେ । ଏବଂ ସୁନା ରୂପା ସଫା କରିବା ପାଇଁ କିଛି ପାଉଡର ଏବଂ କିଛି କେମିକାଲ ମଧ୍ୟ ବାହାର କରି ଆରମ୍ଭ କରିଦେଇଥିଲେ ହାତ ସଫେଇ । ଆଉ ସଫା କରିବାକୁ ନେଇଥିଲେ ଅସଲି ସୁନା ଆଉ ଆଖି ଆଗରେ କୌଶଳ କ୍ରମେ ଫେରେଇଥିଲେ ନକଲି ସୁନା । ଯାହା ଜାଣି ପାରିନଥିଲେ ଘରେ ସେତେବେଳେ ଏକା ଥିବା ଦ୍ରୌପଦୀ ସାହୁ । କିନ୍ତୁ କିଛି ସମୟ ପରେ ଯେତେବେଳେ ଘରେ ତାଙ୍କ ପୁଅ ପହଂଚି ଏ ବିଷୟରେ ଶୁଣିବାକୁ ପାଇଥିଲେ ତ ସେ ସନ୍ଦେହ କରି ଉକ୍ତ ଅଳଙ୍କାର ଓ ଠକ ମାନେ ସଫା କରି ଫେରାଇଥିବା ସୁନା ଚେନ କୁ ଦେଖିଲା ପରେ ସେ ଠକାମୀ ର ଶିକାର ହୋଇ ସାରିଛନ୍ତି ବୋଲି ଜାଣିପାରିଥିଲେ । ଏହାପରେ ପୁଅ ତୁରନ୍ତ ଆଖପାଖ ଅଞ୍ଚଳ ରେ ଖୋଜା ଖୋଜି କରିଥିଲେ ମଧ୍ୟ୍ୟ କିଛି ଟେର ମିଳି ନଥିଲା ସେ ଠକ ଲୁଟେରାଙ୍କର ଏବଂ ଏବେ ଏ ସମ୍ବନ୍ଧରେ ବାଙ୍କୀ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ପୁଅ ।

Advertisement

ତେଣୁ ଏଠି ଏତିକି କହିରଖିବାକୁ ଚାଁହୁଛୁ କି ଏଭଳି ଠକ ଲୁଟେରା ଏବେ ସବୁଆଡେ ଘୁରି ବୁଲୁଥିବା ବେଳେ, ଘରର ଅବସ୍ଥା ଵା ପରିସ୍ଥିତିକୁ ଅନୁଧ୍ୟାନ କରି ଏବଂ ଘରର ପୁରୁଷ ମାନଙ୍କ ଅନୁପସ୍ଥିତିକୁ ଲକ୍ଷ୍ୟ କରି ଏବେ ମହିଳା ମାନଙ୍କୁ ଲୁଟିବା ପାଇଁ ଏଭଳି ଠକମାନେ କରୁଛନ୍ତି ଟାର୍ଗେଟ । ତେଣୁ ଏ ପ୍ରତି ସତର୍କ ରହିଵା ଏବେ ହୋଇପଡିଛି ଜରୁରୀ । ଯଦି କେହି ଆପଣଙ୍କ ଘର ନିକଟକୁ ଆସି ଏଭଳି ସୁନା ଗହଣା ସଫା କରିଦେବାକଥା କୁହେ ତେବେ ଆପଣମାନେ ତୁରନ୍ତ ସେମାନଙ୍କୁ ତଡନ୍ତୁ ନଚେତ୍ ପୋଲିସକୁ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *