Pratidin TV

Odisha's Digital News Platform

ବଡଦିନରେ ଅଶାନ୍ତ ରାଜଧାନୀ ; ଏୟାରପୋର୍ଟ ଟ୍ରାଫିକ ଛକରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁବୁର୍ତ୍ତ ….

ଭୁବନେଶ୍ୱର ; ପୁଣି ଅଶାନ୍ତ ରାଜଧାନୀ । ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ। ଏୟାରପୋର୍ଟ ଟ୍ରାଫିକ ଛକରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରି ହାଣି ପକାଇଥିବା ସୂଚନା ମିଳିଛି । ହାତ ଓ ମୁଣ୍ଡରେ ଗଭୀର ଆଘାତ ପରେ କ୍ୟାପିଟାଲ ହସ୍ପିଟାଲରେ ଯୁବକ ଜଣଙ୍କୁ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିବା ସହ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା ଚଳାଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ମଧ୍ୟ ଜାରିକରିଛି । ବଡ଼ଦିନ ରେ ସହର ପୋଲିସ ଛାଉଣୀ ଥିବା ବେଳେ ଏଭଳି ଅଘଟଣ ରାଜଧାନୀ ବସୀଙ୍କ ମନରେ କୋକୁଆ ଭୟ ଖେଳାଇଛି ।

Leave a Reply

Your email address will not be published. Required fields are marked *