ରାତିରେ ମୋମୋ ଦୋକାନି , ଦିନରେ ବାଇକ୍ ଲୁଟ୍
1 min readଭୁବନେଶ୍ୱର; ବାଇକ କୁ ଲକ ନକରି ନିଜ କାମରେ ଯାଉଛନ୍ତି କି? ଯଦି ଯାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ଦଶମ ଫେଲ ମୋମୋ ଦୋକାନୀ ଙ୍କ ମାଷ୍ଟର ପ୍ଲାନ । ଚୁଟିକି ରେ ଲୁଟି ନେଉଥିଲା ବାଇକ । ରାତିରେ ମୋମୋ ଦୋକାନି ଦିନରେ ସାଜୁଥିଲା ବାଇକ ଲୁଟେରା । ସିସି ଟିଭି ଧରାଇଦେଲା ସତ । ଟାର୍ଗେଟ ରେ ଥିଲା ପୁରୁଣା ଓ ଲକ ଖୋଲା ଗାଡି ।ତେବେ ଅଭିଯୁକ୍ତ ବାଇକ୍ ଚୋର ବା ମୋମୋ ଦୋକାନି ନାଁ ରାକେଶ ନାୟକ , ଘର କନ୍ଧମାଳ । ଭୁବନେଶ୍ୱର ର ୟୁନିଟ ୧ ଅଞ୍ଚଳରେ ତାଙ୍କ ମୋମୋ ଦୋକାନ । ଧରାପଡିବା ପରେ କେମିତି ବାଇକ ଲୁଟ କରି ପୋଲିସ କୁ ଡେମୋ ଦେଖାଇଛି ରାକେଶ ।
ମାଷ୍ଟର କି ସାହାଯ୍ୟରେ କେମିତି ଆଖି ପିଛୁଳାକେ ବାଇକ କୁ ଲୁଟ କରି ନେଉଥିଲା ପୋଲିସ ଆଗରେ ଗୋଟି ଗୋଟି ସତ ମାନିଲା ରାକେଶ । ରାକେଶ ନିକଟରୁ ୧୫ଟି ବାଇକ,୨୦ଟି ମାଷ୍ଟର କି ଜବତ କରିଛି କ୍ୟାପିଟାଲ ଥାନା ପୋଲିସ । ଲୁଟ ବାଇକ ଗୁଡିକୁ ଚୌଦ୍ୱାର, ନୟାଗଡ଼ ଓ କନ୍ଧମାଳ ଅଞ୍ଚଳରେ ବିକ୍ରି କରିଦେଉଥିଲା ରାକେଶ । ପ୍ରତି ଲୁଟ ବାଇକ ପିଛା ଲୋକଙ୍କ ପାଖରୁ ୬ରୁ ୭ହଜାର ଟଙ୍କା ଆଣୁଥିଲା । ବାଇଟ ଲୁଟ ନେଇ କ୍ୟାପିଟାଲ ଥାନାରେ ଏକାଧିକ ମାମଲା ହେବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଆଖପାଖରେ ଲାଗିଥିବା ସିସି ଟିଭି ଫୁଟେଜ ଯାଞ୍ଚ ପରେ ରାକେଶ ହାତରେ ହାତକଡୀ ପକାଇଛି ପୋଲିସ । ତେବେ ଏଠି ପ୍ରଶ୍ନ ଉଠୁଛି କେବେ ଠାରୁ ରାଜଧାନୀରେ ଏଭଳି ଲୁଟପାଟ କରୁଥିଲା ରାକେଶ? ରାକେଶ ନାଁ ରେ ଆଉ କେଉଁ କେଉଁ ମାମଲା ରହିଛି ତାର ଖୋଳତାଡ କରୁଛି ପୋଲିସ? ରାକେଶ ପଛରେ ଆଉ କାହାର ହାତ ରହିଛି ସେନେଇ ମଧ୍ୟ ଯାଞ୍ଚ ଚାଲିଛି ।
ସେହିଭଳି ପାହାଳ ପୋଲିସ ହାତରେ ୨ ଜଣ ବାଇକ ଲୁଟେରା ଧରା ପଡିଛନ୍ତି । ସେମାନଙ୍କ ନିକଟରୁ ୬ଟି ଚୋରା ବାଇକ ଜବତ କରିଛି ପୋଲିସ ।