Pratidin TV

Odisha's Digital News Platform

ଘରେ ପଶି ଲକ୍ଷ୍ମୀଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଲେ ଦୁର୍ବୃତ୍ତ…

ବାଲେଶ୍ୱର ; ଘରେ ପଶି ମହିଳାଙ୍କୁ ଗୁଳି ମାରି ଚାଲିଗଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ବରମହପୁର ପଞ୍ଚୟତ ର ରାଇପାଳ ଗାଁରେ ବିଳମ୍ବିତ ରାତିରେ ମହିଳାଙ୍କ ଘରେ ପଶି ଗୁଳି ମାଡ କରି ଛୁ ମାରିଲେ ଦୁର୍ବୁତ୍ତ । ସୂଚନା ଯୋଗ୍ୟ ଯେ ରାଇପାଳ ଗାଁର ରସିକ ମୁର୍ମୁଙ୍କ ପତ୍ନୀ ଲକ୍ଷ୍ମୀ ମୁର୍ମୁଙ୍କୁ ବିଳମ୍ବିତ ରାତିରେ ଘରେ ଶୋଇଥିବାବେଳେ ଦୁର୍ବୁତ୍ତ ମାନେ ଘରେ ପଶି ଗୁଳି ମାଡ କରି ଚମ୍ପଟ ମାରିଛନ୍ତି ।

ନୀଳଗିରି ବ୍ଲକ ଅଧୀନ ବରହମପୁର ରାଇପାଳ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଲକ୍ଷ୍ମୀ ତାଙ୍କ ସ୍ୱାମୀ ଓ ପୁଅ ଘରେ ଶୋଇଥିବା ସମୟରେ ଦୁର୍ବୃତ୍ତ ମାନେ ହଠାତ୍ ଘର ଭିତରେ ପଶି ଲକ୍ଷ୍ମୀଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ । ତେବେ ୩ଟି ଗୁଳି ମହିଳାଙ୍କ ଅଣ୍ଟା ପେଟ ଓ ହାତରେ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ମହିଳାଙ୍କୁ ପରିବାର ଲୋକେ ତୁରନ୍ତ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।

ଘଟଣା ସ୍ଥଳରେ ବରମପୁର ପୋଲିସ ନୀଳଗିରି ଏସ୍ଡ଼ିପିଓ ସୋରଜ କୁମାର ଉପାଧ୍ୟାୟ ଙ୍କ ସହ ସାଇଣ୍ଟିଫିକ ଟିମ ପହଞ୍ଚି ଘରଣାର ତଦନ୍ତ ଜାରିରଖିଛନ୍ତି । ତେବେ କେଉଁ କାରଣ ପାଇଁ ଲକ୍ଷ୍ମୀଙ୍କ ଉପରେ ଦୁର୍ବୃତ୍ତମାନେ ଗୁଳିମାଡ଼ କଲେ ତାର କାରଣ ଜଣାପଡ଼ି ନାହିଁ।

Leave a Reply

Your email address will not be published. Required fields are marked *