Pratidin TV

Odisha's Digital News Platform

(ଭିଡିଓ)ଦ୍ୱିନ-ଦ୍ୱିପହରେ ଫିଲ୍ମ ଷ୍ଟାଇଲରେ ଲୁଟ୍ : ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ କବାଡି ବ୍ୟବସାୟୀଙ୍କଠୁ ଲୁଟିନେଲେ ୭ ଲକ୍ଷ ଟଙ୍କା ସହ ସୁନା ..

1 min read

କେନ୍ଦୁଝର : ନାହିଁ ପୋଲିସ୍‌ ହାତରେ ଧରାପଡିବାର ଭୟ । ଦିନ-ଦ୍ୱିପହରରେ ଲୁଟିନେଇଛନ୍ତି ଆଖିସାମ୍ନାରୁ । ତାହପୁଣି ବନ୍ଧୁକ ଓ ମାରଣାସ୍ତ୍ର ଦେଖାଏ । କଣ ଘଟଣାଟି ଆପଣଙ୍କୁ ଫିଲ୍ମ କାହାଣୀ ଭଳି ଲାଗୁଛି କି ! କିନ୍ତୁ ବାସ୍ତରେ ଘଟିଯାଇଛି ଏଭଳି ଅଘଟଣ । ରୁହନ୍ତୁ ସାବଧାନ ! ଫିଲ୍ମ ଷ୍ଟାଇଲେ ଏପରି ଲୁଟୁଛନ୍ତି ଦୁବୁର୍ତ୍ତ ।

ସୂଚନାଯୋଗ୍ୟ ଯେ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ହସନପୁର ଟୋଲ ପ୍ଲାଜା ନିକଟସ୍ତ ଏନଏଚେ ୨୦ନଂ ଜାତୀୟ ରାଜପଥ କଡରେ ଥିବା କବଡ଼ିଆ ଗୋଦାମରୁ ହୋଇଛି ଲୁଟ୍ । ଆଜି ସକାଳ ୭ଘଟିକା ସମୟରେ ୫ଜଣ ଦୃବୁତ ଦୁଇଟି ବାଇକିରେ ଆସି ଗୋଦାମରେ ବସିଥିବା ମାଲିକ ସିବାନନ୍ଦ ସାହୁଙ୍କୁ ବନ୍ଧୁକ ସହ ମାରଣାସ୍ତ୍ର ଦେଖାଇ ୭ଲକ୍ଷ୍ୟ ଟଙ୍କା ସହ ୩ଭରି ଓଜନର ସୁନାଚେନ ଓ ଦାମୀ ଘଣ୍ଟା ଶହ ଦୁଇଟି ମୋବାଇଲ ଲୁଟିନେଇଛନ୍ତି ।ସଙ୍ଗେ ସଙ୍ଗେ ଶିବାନନ୍ଦ ସାହୁ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ରାମଚନ୍ଦ୍ରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାଲିକ ସହ ଲୋକଙ୍କୁ ପଚରା ଓଚରା କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରି ଅଧିକ ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *