Pratidin TV

Odisha's Digital News Platform

ରଥଯାତ୍ରା ଦେଖିବା ପାଇଁ ଯାଇଥିଲେ ଫେରି ଦେଖନ୍ତି ସର୍ବସ୍ୱ ଲୁଟ୍ ହୋଇଯାଇଛି …

1 min read

ଭୁବନେଶ୍ୱର : ରାଜଧାନୀରେ ପୁଣି ମାତିଲେ ଲୁଟେରା । ଭୁବନେଶ୍ୱର ୟୁନିଟ୍ ୬ ଆଇଭିଆର -୨୧୯ ସରକାରୀ ବାସଭବନରୁ ହୋଇଛି ଲୁଟ୍ । ମିଳିଥିବା ସୂଚନା ଅନୁଯାୟୀ ଓଡିଶା ବିଧାନସଭାର ସରକାରୀ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ପ୍ରଣବ
କୁମର ପଣ୍ଡା) ଙ୍କ କ୍ୱାଟର୍ସରୁ କଳାକନା ବୁଲାଇଛନ୍ତି ଲୁଟେରା ।

ଗତକାଲି ସନ୍ଧ୍ୟାରେ ସେ ନିଜ ସ୍ତ୍ରୀ ଓ ୨ ପିଲାଙ୍କୁ ନେଇ ପୁରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯାଇଥିଲେ । ତେବେ ଫେରିବା ପରେ ନିଜ କ୍ୱାଟର୍ସର ଲୁହା ଗ୍ରୀଲର ତାଲା ଭଙ୍ଗାଯାଇଥିବାର ଦେଖିଥିଲେ ପରେ ଘରର ମୁଖ୍ୟଦ୍ୱାର ଖୋଲାଥିବା ସହ ପ୍ରଣବଙ୍କ ପଲସର ବାଇକ୍ ମଧ୍ୟ ଘରେ ନଥିଲା । ଭିତରେ ପଶି ଦେଖନ୍ତି ତ ଘର ଛିନ୍ ଛତର ।

ବେଡ୍ ରୁମର ବଡ ଏଲଇଡି ଟିଭି ଆଲମାରିରେ ରଖାହୋଇଥିବା ସୁନା ଓ ଟଙ୍କା ସବୁ ଗାୟବ୍ । ସେହିଭଳି ପିଲାଙ୍କ ରୁମ୍‌ରୁ ଲ୍ୟାପଟପ୍ ,ସ୍ମାର୍ଟ ୱାଚ୍ , ସାମସଙ୍ଗ ଆଇପ୍ୟାଡ୍ ଇତ୍ୟାଦି ମଧ୍ୟ ଗାଉବ୍ ଥିଲା । ଏନେଇ ତୁରନ୍ତ ପ୍ରଣବ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *