Pratidin TV

Odisha's Digital News Platform

ହସ୍ପିଟାଲକୁ ରାସ୍ତା ପଚାରି ଲୁଟିନେଲେ ମୋବାଇଲ ଓ ଟଙ୍କା ।

ପଚାରିଲେ ମେଡିକାଲ କୁ ରାସ୍ତା ଆଉ ରାସ୍ତା ବତାଇବା ସମୟରେ ପଛପଟୁ ଆକ୍ରମଣ କରି ଚେତା ଶୂନ୍ୟ କରାଇ ଲୁଟିନେଲେ ଯୁବକଙ୍କ ଟଙ୍କା ଓ ମୋବାଇଲ ଫୋନ । ତେବେ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଡାହାଣୀ ଗଢିଆ ଛକରେ । ଭଦ୍ରକ ଗ୍ରାମାଞ୍ଚଳ ଥାନାଧିନ ଗେଲଟୁଆ ଗ୍ରାମର କାର୍ତିକ ଦାସଙ୍କ ପୁଅ ଅରୁଣ ଦାସ ଭୂମିକା ଆଖି ଡାକ୍ତରଖାନା ପାଖରେ ଥିବା କାର ୱାସ ଗ୍ୟାରେଜ ରେ କାମ କରନ୍ତି ।

ଗତକାଲି ଅପରାହ୍ନ ୨:୩୦ ମିନିଟ ସମୟରେ ଗ୍ୟାରେଜ ରୁ କାମ ସାରି ଘରକୁ ଫେରୁଥିବା ବେଳେ ଡାହାଣୀ ଗଢିଆ ଛକରେ ଚାରିଜଣ ଯୁବକ ଆସି ଅରୁଣ ଙ୍କୁ ଶାଳନ୍ଦୀ ମେଡିକାଲ ର ଠିକଣା ପଚାରିଥିଲେ । ଅରୁଣ ଠିକଣା ବତାଇବା ସମୟରେ ପଛପଟୁ ଜଣେ ଯୁବକ ଅରୁଣଙ୍କୁ ନାକରେ ଏକ ସ୍ପଞ୍ଜ ଜରିଆରେ ଜାବୁଡ଼ି ଧରିବା ସହ ଆଉ ଜଣେ ଯୁବକ ଅରୁଣଙ୍କ ପିଠିକୁ ଜୋରରେ ଆଘାତ ଦେଇଥିଲେ । ତେବେ ଘଟଣା ସ୍ଥଳରେ ଅରୁଣ ଚେତା ଶୂନ୍ୟ ହୋଇପଡ଼ିଥିଲେ । ଅରୁଣଙ୍କର ଚେତା ଫେରିବା ପରେ ଜଣେ ଟ୍ରକ ଡ୍ରାଇଭର ତାଙ୍କୁ ନେଇ ଗବସାହି ରେଲୱେ ଗେଟ ପାଖରେ ଛାଡି ଆସିଥିଲେ । ଅରୁଣ ହୋସ୍‌ରେ ଆସିବା ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ପକେଟ୍ ରୁ ମୋବାଇଲ୍ ଫୋନ ଏବଂ ଟଙ୍କା ଗାୟବ ହୋଇଯାଇଛି । ଏସବୁ ଭିତରେ ସେ ଜାଣି ନେଇଥିଲେ ଯେ ତାଙ୍କ ପାଖରୁ ସେସବୁ ଲୁଟ୍ ହୋଇଛି । ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେ ଘରଲୋକଙ୍କ ସହ ଯୋଗାଯୋଗ କରିଥିଲେ । ଘରଲୋକ ଖବର ପାଇ ଅରୁଣ ଙ୍କୁ ମେଡିକାଲ ଆଣି ଚିକିତ୍ସା କରାଉଛନ୍ତି ।

ଏନେଇ ଅରୁଣ ଙ୍କ ବାପା କାର୍ତିକ ଦାସ ଭଦ୍ରକ ସହରାଞ୍ଚଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଦିନ ଦ୍ବି ପ୍ରହରେ ଦୁର୍ବୁର୍ତ୍ତ ମାନେ ଏମିତି କାଣ୍ଡ ଘଟାଇବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଦେଖିବା ବାକି ରହିଲା ପୋଲିସ୍ କେତେ ଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି ।

Leave a Reply

Your email address will not be published. Required fields are marked *