Pratidin TV

Odisha's Digital News Platform

ମିସ୍ ଫିନଲ୍ୟାଣ୍ଡଙ୍କୁ ଅପମାନ : ମଡେଲଙ୍କୁ ରେଷ୍ଟୁରାଣ୍ଟରୁ ବିଦା କଲେ ୱେଟର୍ , ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ : ନିକଟରେ ଆପଣମାନେ ଏକ ଘଟଣା ବିଷୟରେ ଜାଣିଥିବେ । ଯେଉଁଥିରେ ଜଣେ ମହିଳା ଶାଢୀ ପିନ୍ଧିଥିବା କାରଣର ତାଙ୍କୁ ରେଷ୍ଟୁରାଣ୍ଟ ଭିତରକୁ ପ୍ରବେଶ ପାଇଁ ଅନୁମତ ମିଳିନଥିଲା । ଆଉ ଏଥିପାଇଁ ରେଷ୍ଟୁରାଣ୍ଟ ର କର୍ମଚାରୀଙ୍କୁ ମଧ୍ୟ କ୍ଷମାମାଗିବାକୁ ପଡ଼ିଥିଲା । ତେବେଏହାର ସମ୍ପୁର୍ଣ୍ଣ ଓଲଟା ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ପ୍ରାୟତଃଲୋକମାନେ ଅଧିକ ଆକର୍ଷଣୀୟ ଦେଖାଯିବା ପାଇଁବୋଲ୍ଡ ଡ଼୍ରେସ୍ ପିନ୍ଧିଥାନ୍ତି । ଯାହାକିଛିଲୋକଙ୍କୁ ପସନ୍ଦ ଆସିଥାଏ ଓ କିଛିଲୋକଙ୍କୁଏହା ପସନ୍ଦ ମଧ୍ୟ ଆସିନଥାଏ । ଆଉ ଏଥିପାଇଁ ବେଳେ ବେଳେ ସେମାନଙ୍କୁ ସମସ୍ତଙ୍କ ଆଗରେ ଲଜ୍ଜ୍‌ିତ ହେବାକୁ ମଧ୍ୟ ପଡ଼ିଥାଏ ।

ତେବେଏପରି ଏକ ଘଟଣାଘଟିଛିମିସ୍ ଫିନଲ୍ୟାଣ୍ଡଙ୍କସହିତ ।ସେ ବୋଲ୍ଡ ପୋଷାକ ପିନ୍ଧିରେଷ୍ଟୁରଣ୍ଟରେ ପହଞ୍ଚିଥିଲେ । ଯାହାତାଙ୍କ ଅନୁଯାୟୀ ଭଲ ଥିଲା ,କିନ୍ତୁରେଷ୍ଟୁରାଣ୍ଟର କର୍ମଚାରୀଙ୍କ ଅନୁଯାୟୀ ଅଶ୍ଳୀଳତା ଥିଲା । ସେହିକାରଣର ୁତାଙ୍କୁ ରେଷ୍ଟୁରାଣ୍ଟ ଭିତରେ ପ୍ରବେଶ ପାଇଁ ଅନୁମତି ମିଳିନଥିଲା । ଏପରିକି ଯୁକ୍ତି କରିବାକୁ କର୍ମଚାରୀ ତାଙ୍କ ହାତ ଧରିବାହାରେ ଛାଡ଼ି ଦେଇଥିଲେ । ଏରିକା ହେଲିନ ମିସ୍ ଫିନଲ୍ୟାଣ୍ଡ ଏବ ଜଣେସୋସିଆଲ ଇନଫ୍ୟୁସର ମଧ୍ୟ । ସେ ନିଜଇନଷ୍ଟାଗ୍ରାମ ଆକାଉଣ୍ଟରେ ବହୁତବୋଲ୍ଡ ଫଟୋପୋଷ୍ଟ କରନ୍ତି ।

ନିକଟରେ ଫିନଲ୍ୟାଣ୍ଡର ରାଜଧାନୀ ହେଲସିଙ୍କିରେ ତାଙ୍କସହ ଏକ ଅଜବ ଘଟଣା ଘଟିଥିଲା, ଯେଉଁ କାରଣରୁ ସେ ବହୁତ ଲଜ୍ଜିତ ହୋଇଥିଲେ ଏବଂ ଏହିକାରଣରୁ ସେ ସୋସିଆଲ ମିଡିଆରେ ତାଙ୍କ ରାଗ ପ୍ରକାଶ ପାଇଥିଲା । ଏରିକା ବିକିନ ଟପ୍‌ ଏବଂ ସ୍କର୍ଟ ପିନ୍ଧି ଏକ ରେଷ୍ଟୁରଣ୍ଟକୁ ଯାଇଥିଲେ । ତା’ରଉପରଲାଲ ରଙ୍ଗର ହାର୍ଟ ପ୍ରିଣ୍ଟ ମଧ୍ୟ ଥିଲା । ଯାହାମହିଳାଙ୍କ ଏକ ଅନ୍ୱସ୍ତ୍ର ପରି ଦେଖାଯାଉଥିଲା । ତେଣୁ ଯେତେବେଳେ ସେ ରେଷ୍ଟୁରାଣ୍ଟରେ ପହଞ୍ଚିଲେ, ସେଠାରେ ଥିବା କର୍ମଚାରୀ ମାନେ ତାଙ୍କୁ ପ୍ରବେଶ କରିବାକୁମନା କରି ଦେଇଥିଲେ କାରଣ ସେମାନଙ୍କ ଅନୁଯାୟୀ ଟପ୍ ବହୁତ ବୋଲ୍ଡ ଥିଲା । ସେ କହିଛନ୍ତି ଯେ କର୍ମଚାରୀମାନେ ତାଙ୍କୁ କହିଥିଲେ ଯେ ବାରଟି ବୟସ୍କମାନଙ୍କ ପାଇଁଏବଂ ସେ ଏପରି ପୋଷାକରେ ପ୍ରବେଶ କରିପାରିବେ ନାହିଁ । ଏହା ପରେ କର୍ମଚାରୀ ମାନେ ତାଙ୍କ ହାତ ଧରି ତାଙ୍କୁ ବାହାରକୁ ଆଣିଥିଲେ ।

ଏରିକା ପ୍ରଥମେ ବୁଝି ପାରିଲେନି ନାହିଁ ଯେ ଏପରି କାର୍ଯ୍ୟ ପଛରକାରଣ କ’ଣ? ଏହା ଦ୍ୱାରା ସେଏତେ ଆଘାତ ପାଇଥିଲେ ଯେ ସେ ନିଜ ଇନଷ୍ଟାଗ୍ରାମରେ ଦୁଇଟି ପୋଷ୍ଟ ସେୟାର କରିଥିଲେ ଏବଂ ସେ କିପରି ଅନୁଭବ କଲେ ତାହା ଜଣାଇଲେ । ପ୍ରଥମ ପୋଷ୍ଟରେ ସେସମାନ ଟପ ସହିତ ତିନୋଟି ଫଟୋ ରଖିଥିଲେଏବଂଏହା ବିବାଦୀୟ ଶୀଷ ର୍ବୋଲିକହିଥିଲୋଏହା ପରେ ପରବର୍ତ୍ତୀ ପୋଷ୍ଟରେ ସେ ବିକିନି ପିନ୍ଧିଥିବା ଏକ ଫଟୋଏବଂବିବାଦୀୟଶୀର୍ଷରେ ଆଉ ଏକ ଫଟୋ ରଖିଥିଲେ । ଏହି ଦୁଇଟି ଫଟୋ ମାଧ୍ୟମରେ ସେ ଲୋକଙ୍କୁ ବିକିନିଏବଂ ବିକିନି ଟପ ମଧ୍ୟରେ ପାର୍ଥକ୍ୟ କହିଥିଲେ ।

ଏହାପରେ ଏରିକା ଆଉ ମଧ୍ୟ କହିଥିଲେ ଯେ ଯଦି ମତେ କହିଥାନ୍ତେ କି ଏପରି ଡ୍ରେସ ରେଷ୍ଟୁରାଣ୍ଟକୁ ମନା ତେବେ ମୁଁ ସଙ୍ଗେ ସଙ୍ଗେ ପାଖ ସପ୍‌ରୁ ଅନ୍ୟ ଡ୍ରେସ କିଣି ପିନ୍ଧି ଯାଇ ପାରିଥାନ୍ତି । କିନ୍ତୁ ମୋ ସହ ଏପରି ବ୍ୟବହାର କରିବାର କାରଣ କଣ ?

Leave a Reply

Your email address will not be published. Required fields are marked *