ନିଖୋଜ ପ୍ରଶାନ୍ତକୁ ଖୋଜୁଛି ପରିବାର ; ଗଣାମାଧ୍ୟମ ଆଗରେ ହାତଯୋଡି ପୁଅକୁ ଖୋଜିବାକୁ ନମ୍ବର ଦେଲେ ପରିବାର …
1 min readଭଦ୍ରକ : ଘରୁ ସାଇକଲ ଧରି ଟ୍ୟୁସନ ବାହାରିଲେ ଦଶମ ଶ୍ରେଣୀ ଛାତ୍ର ପ୍ରଶାନ୍ତ । ଅନ୍ୟପଟେ ଟ୍ୟୁସନ ସାରଙ୍କ ଫୋନ ଆସିଲା କାହିଁକି ଆଜି ଟ୍ୟୁସନ ଆସିନାହିଁ ପ୍ରଶାନ୍ତ । ଆଶ୍ଚର୍ଯ୍ୟ ହୋଇ ପୁଅକୁ ଖୋଜାଖୋକି କଲେ ପରିବାର । କିନ୍ତୁ ଯୋଏଁ ମିଳୁନି କୌଣସି ପତ୍ତା । ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଘଟିଯାଇଛି ଏଭଳି ଏକ ଘଟଣା । ମିଳିଥିବା ଖବର ଅନୁ୍ଯାୟୀ ପ୍ରଶାନ୍ତ ଜଣେ ଶାନ୍ତ ସ୍ଵଭାବ ର ପିଲା ଓ ବହୁତ ମିଳାପି ପିଲା ଥିଲା।
ପରିବାର ଲୋକ ମାନଙ୍କର କହିବା ମୁତାବକ ସେ କାଲି ସକାଳ ଠାରୁ କେଉଁ ଆଡେ ଚାଲି ଯାଇଛନ୍ତି। ଘଟଣା କ୍ରମରେ ପ୍ରଶାନ୍ତ ଦାସ, (ଡାକ ନାମ ପାଗଳା) ବୟସ -୧୬, ଉଚ୍ଚତା ୪”୨ ଇଞ୍ଜ, ରଙ୍ଗ- ଶ୍ୟାମଳ , ପିତା ସ୍ବର୍ଗତ ହୃଷିକେଶ ଦାସ,ମାତା- ପଦ୍ମିନୀ ଦାସ। ଗ୍ରାମ- ଚୁଡ଼ାମଣି, ପ୍ରଶାନ୍ତ ଙ୍କ ବାପାଙ୍କ ଦେହାନ୍ତ ପରେ ତାଙ୍କ ମାମୁଁ ଘର ବାସୁଦେବପୁର ପୈରପରିଷଦ ୧୯ ନମ୍ବର ୱାର୍ଡ ବାଷଠୀ ରେ ସେ ରହିଆସୁଥିଲେ। ସେ ତାଙ୍କ ମାମୁଁ ଘରେ ରହି ପାଠ ମଧ୍ୟ ପଢୁଥିଲେ। ହେଲେ ଆସନ୍ତା କାଲି ସକାଳ ସମୟରେ ସେ ନିଜର ସକାଳ ଟିଉସନ୍ କୁ ଯିବା ପାଇଁ ଘରୁ ସାଇକେଲ ନେଇ ବାହାରି ଆସିଥିଲେ। ହେଲେ ଘରକୁ ଫେରିବା ବିଳମ୍ବ ହେବାରୁ ତାଙ୍କ ମାମୁଁ ଘର ଲୋକ ଓ ଗାଁର ପାଖ ପୋଡ଼ଶୀ ମାନେ ବହୁତ ଖୋଜାଖୋଜି କରିବା ସହିତ ପ୍ରଶାନ୍ତଙ୍କ ସାଙ୍ଗ ସାଥି ମାନଙ୍କ ଘରେ ମଧ୍ୟ ଖୋଜାଖୋଜି କରିଥିଲେ।
ହେଲେ ପ୍ରଶାନ୍ତଙ୍କର କୈାଣସି ଖୋଜ୍ ଖବର ନ ପାଇବାରୁ ନିରୁତ୍ସାହିତ ହୋଇ ସ୍ଥାନୀୟ ବାସୁଦେବପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ତା ପରେ ପରିବାର ଲୋକଙ୍କର ମନ ନ ଵୁଝିବାରୁ ସେମାନେ ଆଜି ମଧ୍ୟ ପାଖ ଅଞ୍ଚଳରରେ ବହୁତ ଖୋଜାଖୋଜି ମଧ୍ୟ କରିଥିବା କଥା ନିଜର ପ୍ରତିକ୍ରିୟା ମାଧ୍ୟମରେ ଜଣାଇଛନ୍ତି । ଏହି ନିୟୁଜ ମାଧ୍ୟମରେ ସେ ଓଡ଼ିଶା ଓ ଓଡ଼ିଶା ବାହାର ରହୁଥିବା ସମସ୍ତ ଲୋକ ମାନଙ୍କୁ ଅନୁରୋଧ କରିଛନ୍ତି ଯେ କୈାଣସି ସହୃଦୟ ବ୍ୟକ୍ତି ଯଦି ସେ ପିଲାର ଠିକଣା ପାଆନ୍ତି ତାହାଲେ ଏହି ମୋବାଇଲ ନମ୍ବର ୮୦୯୩୧୦୪୨୧୮ କିମ୍ବା ପାଖ ଥାନା ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।