Pratidin TV

Odisha's Digital News Platform

ନିଖୋଜ ଆଦ୍ୟାଶାର ମୃତଦେହ ପୋଖରୀରୁ ଉଧାର ।

ଭଞ୍ଜନଗର ; ସନ୍ଧ୍ୟାରେ ନିଖୋଜ ପରଦିନ ସକାଳୁ ୭ ବର୍ଷର ନାବାଳିକାର ମୃତଦେହ ପୋଖରୀରୁ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜିଲିବା ଗ୍ରାମରୁ । ଜିଲିବା ଗ୍ରାମର ଶଙ୍କର ନାରାୟଣ ପ୍ରଧାନଙ୍କ ସାନ ଝିଅ ସାତ ବର୍ଷର ଆଦ୍ୟାଶା ପ୍ରଧାନ ଙ୍କ ମୃତ ଶରୀର ଆଜି ଗାଁ ପୋଖରୀରୁ ଉଧାର ହେବା ପରେ ଗାଁ ରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।

ଗତକାଲି ଶଙ୍କର ନାରାୟଣ ଙ୍କ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁ ରେ ଭୋଜିଭାତ ଲାଗିଥିଲା । ସମସ୍ତେ ଭୋଜିଭାତ ରେ ବ୍ୟସ୍ତ ଥିବାବେଳେ ସାତ ବର୍ଷର ଝିଅ ଆଦ୍ୟାଶା ଜଣେ ସମ୍ପର୍କୀୟ ଅଜାଙ୍କ ସହ ଗାଁ ପୋଖରୀକୁ ଯାଇଥିଲା । ତାହା ପରଠାରୁ ଆଉ ଝିଅର ଦେଖା ନାହିଁ । ରାତିସାରା ଖୋଜାଖୋଜି କରି ସମସ୍ତେ ବ୍ୟସ୍ତ ହେଉଥିଲେ । ସମ୍ପର୍କୀୟ ଅଜାଙ୍କ କହିବା କଥା ସେ ପୋଖରୀ ହିଡରେ ନାତୁଣୀ କୁ ବସାଇ ଝାଡା ଯାଇଥିଲେ ଫେରିବା ବେଳକୁ ଝିଅ ସେଠାରେ ନଥିଲା ଘରକୁ ଆସିଯାଇଥିବ ଭାବି ସେ ଫେରି ଆସିଥିଲେ । ସକାଳୁ ପୋଖରୀ ରେ ଗାଧୋଇବା ବେଳେ ଜଣେ ବ୍ୟକ୍ତିଙ୍କ ଗୋଡ଼ରେ ଶବ ବାଜିବା ପରେ ଶବ ଉଧାର ହୋଇଛି । ବେଲଗୁଣ୍ଠା ପୁଲିସ ପଂହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ତେବେ ଆଦ୍ୟାଶା ନିଜ ଅସାବଧାନତା ପାଇଁ ପୋଖରୀରେ ଖସିପଡିଥିଲେ ନା ତାଙ୍କୁ କେହି ଯୋଜନାବଦ୍ଧ ଭାବେ ସେଠାରେ ଫିଙ୍ଗିଦେଇଛି । ବିଭିନ୍ନ ଦିଗକୁ ଲକ୍ଷ କରି ପୋଲିସ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *