Pratidin TV

Odisha's Digital News Platform

ମିିଳିଲା ୧୩ ମତ୍ସ୍ୟଜୀବୀଙ୍କ ପତ୍ତା : ଗଭୀର ସମୁଦ୍ରରେ ୨ ବୋଟ ସହ ହୋଇ ଯାଇଥିଲେ ନିଖୋଜ୍ ..

1 min read

ପାରାଦ୍ୱୀପ : ପାଞ୍ଚଦିନ ତଳେ କିନାରା ଓ ଦେବି ଲକ୍ଷ୍ମୀ ନାମକ ୨ ଟି ମାଛଧରା ବୋଟ୍ ପାରାଦ୍ୱୀପ୍ ଗଭୀର ସମୁଦ୍ର ମଧ୍ୟରେ ନିଖୋଜ୍ ହୋଇଯାଇଥିଲା । ବୋଟ୍ ୨ ଟି ସହ କୌଣସି ଯୋଗାଯୋଗ ନହୋଇପାରିବାରୁ ମାଲିକ ଚିନ୍ତିତ ହୋଇ ସାମୁଦ୍ରିକ୍ ମତ୍ସ୍ୟଅଧିକାରୀଙ୍କ ସହାୟତା ଲୋଡିଥିଲେ ।

ତେବେ ଆଜି ଉକ୍ତ ବୋଟ୍ ୨ ଟି ସହ ଯୋଗାଯୋଗ ହୋଇପାରିଛି ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ଶ୍ରୀକାନ୍ତ ପରିଡ଼ା। ବୋଟ୍ ଏବଂ ୧୩ ଜଣ ମତ୍ସ୍ୟଜୀବୀମାନେ ସୁରକ୍ଷିତ ଥିବା ଜଣାପଡିଛି । ପୂର୍ବରୁ ସମୁଦ୍ରରେ ନେଟୱର୍କ ଠିକ୍ ନ ଥିବାରୁ ସେମାନଙ୍କ କଥା ଭଲରେ ଶୁଣାଯାଉନଥିଲା। ଆଗରୁ ମଧ୍ୟ ସମୁଦ୍ରରେ ନେଟୱର୍କ ଠିକ ନ ଥିବାରୁ ସେମାନଙ୍କ ସହ ଯୋଗାଯୋଗ କରିବା ସମ୍ଭବ ହେଉ ନଥିଲା ବୋଲି ଆମେ ଭାବୁଛୁ। ପାରାଦୀପର ଉତ୍ତରକୁ ପ୍ରାୟ ୯୦ ନଟିକାଲ ମାଇଲ୍ ଦୂରରେ ବାଂଲାଦେଶ ଉପକୂଳରେ ସେମାନେ ଥିଲେ।

Advertisement

ତେବେ ନିଖୋଜ ଥିବା ୧୩ ମତ୍ସ୍ୟଜୀବୀ ମାଛ ମାରିବାକୁ ଯାଇନଥିଲେ। ଏକ ଘରୋଇ କମ୍ପାନୀ ଭଡ଼ାରେ ୨ଟି ବୋଟ୍ ନେଇଥିଲା ବୋଲି ସୂଚନା ମିଳିଛି। ଏନେଇ ବୋଟ୍ ମାଲିକଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।

Leave a Reply

Your email address will not be published. Required fields are marked *