Pratidin TV

Odisha's Digital News Platform

ନିରୁଦ୍ଦିଷ୍ଟ ବାଳକର ମିଳିଲା ପତା, ବାପାକୁ ହସ୍ତାନ୍ତର କଲା ସହଦେବଖୁଣ୍ଟା ଥାନା ପୋଲିସ…

ମିଳିଳା ହଜିଲା ବାଳକର ପତ୍ତା ବାଲେଶ୍ୱରରେ ୩ଦିନ ଧରି ନିଖୋଜ ଥିବା ବାଳକର ପତ୍ତା ମିଳିଛି । ପିଲାଟିକୁ ତାଙ୍କ ବାପାଙ୍କୁ ହସ୍ତାନ୍ତର କରିଛି ସହଦେବଖୁଣ୍ଟା ଥାନା ପୋଲିସ । ସୂଚନା ଅନୁସାରେ ସୋର ଥାନା ପଥର ପେଣ୍ଟ ଅଞ୍ଚଳର ଜଣେ ୧୨ ବର୍ଷର ନାବାଳକ ଘରୁ ପଳେଇ ଯାଇଥିଲେ । ପିଲାଟିର ମା ଛାଡ଼ି ଚାଲି ଯାଇଥିବାରୁ ବାଳକଟି ଗତ ଚାରି ମାସ ଧରି ପୁରୀ ବାଳାଶ୍ରମରେ ରହି ଆସୁଥିଲା । ସେଠାରୁ ଆସି ମାତ୍ର ୩ ଦିନ ଘରେ ରହିଥିଲା । ତେବେ ଭୁଲ୍ ବସତଃ ବାଳକଟି ବୁଧବାର ଅପରାହ୍ନ ୪ ଟା ସମୟରେ ଘରୁ ବାହାରି ବସ୍ ରେ ବସି ଆସି ବାଲେଶ୍ୱର ପହଞ୍ଚି ଥିଲା । ପରେ ବାଲେଶ୍ୱର ବସ୍ ଷ୍ଟାଣ୍ଡ ରୁ ଗାନ୍ଧୀ ଛକ ଅଭିମୁଖେ ଅନ୍ୟ ଏକ ବସ୍ ରେ ପଳେଇ ଯାଇଥିଲା । ବସରେ ଏକୁଟିଆ ଦେଖି କଣ୍ଡକଟର ପିଲାଟିକୁ ପଚାରିବାକୁ କେଉଁଠି ଯିବ କିଛି କହି ପାରି ନଥିଲା । ବସ କଣ୍ଡକଟର ପିଲାଟିକୁ ଆଣି ବାଲେଶ୍ୱର ସହଦେବ ଖୁଣ୍ଟା ଥାନାରେ ଜିମା ଦେଇଥିଲା । ପରେ ସହଦେବଖୁଣ୍ଟା ଥାନା ପୋଲିସ ପିଲାଟିର ବାପାକୁ ଏ ବାବଦରେ ଜଣାଇଥିଲେ । ତେବେ ଆଜି ସକାଳେ ପିଲାଟିର ବାପା ଥାନାରେ ପହଞ୍ଚିବା ପରେ ପିଲାଟିକୁ ଘରକୁ ନେଇଛନ୍ତି ।

Leave a Reply

Your email address will not be published. Required fields are marked *