Pratidin TV

Odisha's Digital News Platform

ମିଳିଲେ ନିଖୋଜ୍ ବ୍ୟାଙ୍କ୍ ମ୍ୟାନେଜର ତପନ୍ କୁମାର ସାହୁ …

କଟକ ; ଧରାପଡିଲେ ବଡମ୍ବା କାନାରା ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁ । ଗତ ୩ ଦିନ ହେବ ବ୍ୟାଙ୍କ କାମରେ ଯାଇ କେଉଁ ଆଡେ ନିଖୋଜ୍ ହୋଇଯାଇଥିଲେ । ଖବର ଅନୁୁଯାୟୀ ଗତକାଲି ଗଞ୍ଜାମ ଜିଲ୍ଲା ଗିରିଶୋଲା ନିକଟରେ ତାଙ୍କୁ ଠାବ କରିଛି ପୁଲିସ୍। ଆନ୍ଧ୍ରପ୍ରଦେଶରୁ ଗିରିଶୋଲା ଆଡ଼କୁ ବାଇକରେ ଯାଉଥିବା ବେଳେ ଗୋଳନ୍ଥରା ଥାନା ପୁଲିସ ତାଙ୍କୁ ଧରିଛି। ଏବେ ତାଙ୍କୁ ଗୋଳନ୍ଥରା ଥାନାରେ ପଚରା ଉଚରା କରାଯାଉଛି। ଏ ସମ୍ପର୍କରେ ଖବର ପାଇ ତପନଙ୍କ ପରିବାର ଲୋକେ ଥାନାରେ ପହଞ୍ଚିଛନ୍ତି। ଏପରିକି ବଡ଼ମ୍ୱା ପୁଲିସ୍କୁ ମଧ୍ୟ ସୂଚନା ଦିଆଯାଇଥିବା ଜଣାପଡ଼ିଛି।

ତେବେ ତପନଙ୍କ ନିଖୋଜ୍ ହେବା ପରେ ପରିବାର ଅନେକ ଶଙ୍କାରେ ଥିଲେ । କିଏ କାହିଁକି ତପନଙ୍କୁ କିଡନାପ୍ କରିଛି । କିନ୍ତୁ ତପନଙ୍କୁ କେହି କିଡନାପ୍ କରିନଥିଲେ ବରଂ ସେ ନିଜ ବାଇକ୍ ଯୋଗେ ଆନ୍ଧ୍ର ଯାଉଥିବା ସମୟରେ ତାଙ୍କୁ ପୋଲିସ ଧରିଛି । ହେଲେ ସେ କେଉଁଥି ପାଇଁ କାହାକୁ କିଛି ନଜଣାଇ ଆନ୍ଧ୍ର ଯାଉଥିଲେ ଏବଂ କାହିଁକି ନିଜ ଫୋନ ସୁଇଚ୍ ଅଫ୍ କରିଦେଇଥିଲେ ତାକୁ ନେଇ ବର୍ତ୍ତମାନ ପୋଲିସ ତଦନ୍ତ ଚଳାଇଥିବା ଜଣାପଡିଛି ।

ବଡ଼ମ୍ବା କାନାରା ବ୍ୟାଙ୍କ ମ୍ୟାନେଜର ହେଉଛନ୍ତି ତପନ କୁମାର ସାହୁ। ଗତ ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ଥିବାରୁ ସେ ନିଜ ଘର ବ୍ରହ୍ମପୁର ଯାଇଥିଲେ। ସୋମବାର ବାଇକ୍ରେ ବଡ଼ମ୍ୱା ଫେରୁଥିଲେ। ବ୍ରାଞ୍ଚରେ ପହଞ୍ଚିବା ବିଳମ୍ୱ ହେବ ବୋଲି ଭାବି ସେ ବାଙ୍କୀ କଳାପଥର କାନାଡା ବ୍ୟାଙ୍କ ଶାଖାକୁ ଯାଇଥିଲେ। ସେଠାରେ ଲଗ୍ଇନ୍ କରିଥିଲେ। ଟିକେ ବିଳମ୍ୱରେ ବ୍ୟାଙ୍କରେ ପହଞ୍ଚିବେ ବୋଲି ନିଜ ସାଥୀ କର୍ମଚାରୀଙ୍କୁ ଫୋନ୍ କରି ସୂଚନା ଦେଇଥିଲେ। ବହୁ ସମୟ ବିତିଗଲା। ହେଲେ ତପନ ବ୍ୟାଙ୍କରେ ପହଞ୍ଚିଲେ ନାହିଁ। ସାଥୀ କର୍ମଚାରୀମାନେ ତପନଙ୍କ ମୋବାଇଲ୍କୁ ଫୋନ୍ କରିଥିଲେ। ମାତ୍ର ତାଙ୍କ ମୋବାଇଲ୍ ବନ୍ଦ ଥିବା ଜଣାପଡ଼ିଥିଲା। ଏହାପରେ ବ୍ୟାଙ୍କ କତ୍ତୃପକ୍ଷ ତପନଙ୍କ ଘରକୁ ଖବର ଦେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *