Pratidin TV

Odisha's Digital News Platform

ସୁଖୁନି ମାଁ ଆଖିର ଲୁହ ; ୨ ଦିନ ହେବ ନିଖୋଜ ହେଲାଣି ୧୮ ବର୍ଷର ପୁଅ..

1 min read

କେନ୍ଦ୍ରାପଡା : ପୁଅର ବାଟ ଚାହିଁ ମା ଆଖିରୁ ଲୁହ ସୁଖିନି କେମିତି ବା କାନ୍ଧିବନି ସେ ପରା ୯ ମାସ କଷ୍ଟଜନ୍ତ୍ରଣା ସହି ପେଟ କାଟି ଜନ୍ମ ଦେଇଛି । ନିଖୋଜ ହୋଇଯାଇଛନ୍ତି ମାଁର ଏକକଳା ବିଶିକେଶନ ପୁଅ । ଟ୍ୱିସନ ଯାଇ ଆଉ ଘରକୁ ଫେରିନି ପୁଅ ଏପଟେ ମୁଣ୍ଡ ପିଟି ପିଟି ବାହୁନି କାନ୍ଧୁଛି ମାଁ । ଏଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡା ଜିଲ୍ଲା ଆଳିଥାନା ଅନ୍ତର୍ଗତ ସହିରାପଞ୍ଚାୟତର ଅଙ୍ଗାରଖ ଗ୍ରାମରେ ଘଟିଛି ।

ଉକ୍ତ ଗ୍ରାମର ସୁଶୀଲ କୁମାର ଦାସକ ପୁଅ ନୀତିଶ ଦାସ ୨ ଦିନ ହେବ ନିଖୋଜ ଅଛନ୍ତି । ତେବେ ନୀତିଶ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଯୁକ୍ତଦୁଇ ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର । ସୂଚାନାଯୋଗ୍ୟ ଯେ ଶୁକ୍ରବାର ସକାଳ ୬ଟା ସମୟରେ ଟିଉସନ୍ ଯାଇ ଆଉ ଘରକୁ ଫେରିନ ଥିଲେ ନୀତିଶ । ଘରକୁ ଫେରିବାର ବିଳମ୍ୱ ହେବାରୁ ବହୁ ଖୋଜା ଖୋଜି କରିଥିଲେ ପରିବାର ଲୋକ ହେଲେ କୌଣସି ଖୋଜ ଖବର ମିଳିପାରିନଥିବା ଯୋଗୁ ନୀତିଶଙ୍କ ମା ଆଳି ଥାନାରେ ତା:-୩୧-୦୩-୨୨ ରେ ଲିଖିତ ଅଭିଯୋଗ କରିଛନ୍ତି । ହେଲେନୀତିଶଙ୍କ କୌଣସି ଖୋଜ ଖବର ମିଳିପାରିନାହିଁ, ଯଦି କୌଣସି ବ୍ୟକ୍ତିତାଙ୍କୁ ଦେଖନ୍ତି ତେବେ ଫୋନ୍ ନମ୍ବର:-୭୭୮୭୯୬୨୮୬୦ କିମ୍ବା ୮୨୪୯୯୨୧୧୬୦ ରେ ଯୋଗାଯୋଗ କରିବାକୁ ନିବେଦନ କରିଛନ୍ତି ପରିବାର ଲୋକ।

Leave a Reply

Your email address will not be published. Required fields are marked *