ସମୁଦ୍ରରୁ ମିଳିଲା ମତ୍ସ୍ୟଜୀବୀଙ୍କ ମୃତଦେହ, ଦୀର୍ଘ ଦିନ ହେଲା ରହିଥିଲେ ନିଖୋଜ
1 min readପାରାଦୀପ : ବନ୍ଦରରୁ ମିଳିଲା ମୃତଦେହ । ମାଛ ଧରିବାକୁ ଯାଇଥିବା ବେଳେ ମିଳିଲା ତାଙ୍କ ମୃତଦେହ । ପାରାଦୀପ ନେହେରୁବଙ୍ଗଳା ମାଛଧରା ବନ୍ଦରରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ହେଲେ ହେମନ୍ତ ମଳିକ । ଭଦ୍ରକ ଜିଲ୍ଲା ବାସୁଦେବପୁରର ବାସନ୍ଦା ହେଉଛନ୍ତି ହେମନ୍ତ । ସୂଚନା ମୁତାବକ, ହେମନ୍ତ ମମତାମୟୀ ମା ନାମକ ଏକ ବୋଟ ରେ କାର୍ଯ୍ୟ କରୁଥିବା ବେଳେ ଗତ ୨୪ ତାରିଖ ରୁ ସେ ନିଖୋଜଥିଲେ । ତାଙ୍କର କୌଣସି ପତ୍ତା ମିଳି ନଥିବା ବେଳେ ବୋଟ ମାଲିକ ଥାନାରେ ଅଭିଯୋଗ କରିଥିଲେ । ହେମନ୍ତ ଘରକୁ ଯାଇଥିବା ନେଇ ବୋଟ ର ଅନ୍ୟ ଷ୍ଟାଫ ମାନେ ସନ୍ଦେହ କରୁଥିବା ବେଳେ ଗତକାଲି ହେମନ୍ତ ଙ୍କ ସମ୍ପର୍କୀୟ ମାନେ ପାରାଦୀପ ରେ ପହଞ୍ଚିବା ସହିତ ହେମନ୍ତ ନିଖୋଜ ଥିବା ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଥିଲା । ତେବେ ରାତିରୁ ବୋଟ ଟି ମାଛଧରିବାକୁ ଚାଲିଯିବା ପରେ ହେମନ୍ତ ଙ୍କ ମୃତ ଦେହ ସମୁଦ୍ର ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା ।
ଖବର ପାଇବା ପରେ ବୋଟ ମାଲିକ ଘଟଣା ସ୍ଥଳ ରେ ପହଞ୍ଚମେରାଇନ ପୋଲିସ କୁ ଖବର ଦେଇଥିଲେ । ତେବେ କେଉଁ କାରଣରୁ ହେମନ୍ତ ପାଣି କୁ ଖସି ପଡ଼ିଥିଲେ ତାହା ଅସ୍ପଷ୍ଟ ରହିଛି । ଅସାବଧାନତା ବଶତଃ ହେଉ କିମ୍ବା ନିଶାସକ୍ତ ଅବସ୍ଥାରେ ହେମନ୍ତ ପାଣିରେ ପଡିଯାଇଥିବା ନେଇ ସନ୍ଦେହ କରାଯାଉଛି । ତେବେ ଶବ ବ୍ୟବଚ୍ଛେଦ ପରେ ଘଟଣା ର ସତ୍ୟସତ୍ୟ ସାମ୍ନାକୁ ଆସିପାରିବ ବୋଲି ପୋଲିସ କହିଛି ।