Pratidin TV

Odisha's Digital News Platform

ପାଞ୍ଚଦିନ ପରେ ମିଳିଲା ନିଖୋଜ ସୋଢିଙ୍କ ପତ୍ତା , ଏବେ ଖୁବଶୀଘ୍ର ବାହାହେବେ ..

1 min read

“ତାରକ ମେହେଟା କି ଓଲଟା ଚଷମା”ରେ ରୋଶନ ସିଂହ ସୋଢି ଭୂମିକାରେ ନଜର ଆସିଥିବା ଅଭିନେତା ଏବେ ଚର୍ଚ୍ଚାର ଶୋରୋନାମା ପାଲଟିଛନ୍ତି । ଅଭିନେତା ଗତ କିଛିଦିନ ହେବ ନିଖୋଜ ଥିଲା । ଅଭିନେତାଙ୍କୁ ଖୋଜିବା ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଆଜି ତାଙ୍କର ପତ୍ତା ମିଳିଥିବା ଖବର ସାମ୍ନାକୁ ଆସିଛି । ସିସିଟିଭି ଫୁଟେଜ ଆଧାରରେ ସେ ଦିଲ୍ଲୀର ଥିବା ପୁଲିସ ଜାଣିବାକୁ ପାଇଛି । ଏଥିସହ ପୁଲିସ ଆହୁରି କହିଛି ଯେ, ଅଭିନେତା ଗୁରୁଚରଣ ସିଂହ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଏବଂ ସେ ଆର୍ôଥକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ପୋଲିସର ସୂଚନାନୁସାରେ, ଅଭିନେତା ୨୪ ଏପ୍ରିଲ ପର୍ଯ୍ୟନ୍ତ ଦିଲ୍ଲୀରେ ଉପସ୍ଥିତ ଥିଲେ । ଏହା ପରେ ତାଙ୍କ ମୋବାଇଲ୍ ସୁଇଚ ଅଫ ହୋଇଥିଲା ।

୨୪ ରେ, ସେ ପାଲାମରେ ଥିବା ତାଙ୍କ ଘରଠାରୁ ପ୍ରାୟ ୨ ରୁ ୩ କିଲୋମିଟର ଦୂରରେ ଦେଖିବାକୁ ମିଳିଥିଲା । ଅନୁସନ୍ଧାନ ସମୟରେ ଏହା ମଧ୍ୟ ଜଣାପଡିଥିଲା ଯେ ଗୁରୁଚରଣ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏହି ସମୟରେ ସେ ଆର୍ôଥକ ସଙ୍କଟ ସହ ମଧ୍ୟ ସଂଘର୍ଷ କରୁଥିବାର ଖବର ସାମ୍ନାକୁ ଆସିଛି ।ସବୁ ଜିନିଷ ମଧ୍ୟରେ ଗୁରୁଚରଣ ହଠାତ୍ ନିଖୋଜ ହେବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ଗୁରୁଚରଣ ସିଂଙ୍କ ମା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ।ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅଭିନେତାଙ୍କ ପିତା ହରଜିତ ସିଂ କହିଛନ୍ତି ଯେ ବର୍ତ୍ତମାନ ସେ ଭଲ ଅଛନ୍ତି ଏବଂ ଘରକୁ ଆସିବା ପରେ ସେ ବିଶ୍ରାମ ନେଉଛନ୍ତି । ହେଲେ ପୁରା ପରିବାର ତାଙ୍କ ପାଇଁ ଚିନ୍ତିତ ଅଛନ୍ତି । ହେଲେ ସମସ୍ତଙ୍କର ଈଶ୍ୱରଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ।

Advertisement

ଏହା ସହ ପୁଲିସ କହିଛିଯେ , ଗୁରୁଚରଣ ୨୨ ତାରିଖରେ ମୁମ୍ବାଇ ଯିବେ କହି ଘରୁ ଆସିଥିଲେ ସତ, କିନ୍ତୁ ସେଦିନ ବିମାନବନ୍ଦର ଯାଇନଥିଲେ । ସେବେଠାରୁ ଦିଲ୍ଲୀରେ ହିଁ ଅଛନ୍ତି । ରାଜଧାନୀର ବିଭିନ୍ନ ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ଯେ, ସେ ଦିଲ୍ଲୀରେ ରହୁଛନ୍ତି । ପୁଲିସ ଏହା ମଧ୍ୟ କହିଛି ଯେ, ଗୁରୁଚରଣ ଦିଲ୍ଲୀର ଏକ ଏଟିଏମରୁ ପ୍ରାୟ ୭,୦୦୦ ଟଙ୍କା ଉଠାଇଛନ୍ତି । ଏପ୍ରିଲ ୨୪ ପରଠାରୁ ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ହୋଇଯାଇଛି । ତଦନ୍ତ ଚାଲିଛି, ସେ କେଉଁଠି ରହୁଛନ୍ତି ଖୁବ୍ ଶୀଘ୍ର ଜଣାପଡିଯିବ ବୋଲି ପୁଲିସ କହିଛି ।

Leave a Reply

Your email address will not be published. Required fields are marked *